ଉଡ଼ନ୍ତା ବିମାନ ଉପରେ ହେଲା ବଜ୍ରପାତ, ୪୦୦ ଯାତ୍ରୀ ସୁରକ୍ଷିତ; ପ୍ରକୃତିର ପ୍ରକୋପ ଦେଖି ଭୟଭୀତ ଲୋକେ

ପ୍ରକୃତି ସାମ୍ନାରେ ମଣିଷ କିଛି ବି ନୁହେଁ । ପ୍ରକୃତି ଆମକୁ ଏପରି ଏକ ଦୃଶ୍ୟ ଦେଖାଇଛି, ଯାହା ଅତି ଭୟଙ୍କର ରହିଛି । ଏହାକୁ ଦେଖିଲେ ହୁଏତ ଆପଣ ବି ସ୍ତମ୍ଭୀଭୂତ ହୋଇଯିବେ ।

ପ୍ରକୃତି ସାମ୍ନାରେ ମଣିଷ କିଛି ବି ନୁହେଁ । ପ୍ରକୃତି ଆମକୁ ଏପରି ଏକ ଦୃଶ୍ୟ ଦେଖାଇଛି, ଯାହା ଅତି ଭୟଙ୍କର ରହିଛି । ଏହାକୁ ଦେଖିଲେ ହୁଏତ ଆପଣ ବି ସ୍ତମ୍ଭୀଭୂତ ହୋଇଯିବେ । ନିକଟରେ ପ୍ରକୃତିର ପ୍ରକୋପ ଦେଖିବାକୁ ମିଳିଥିଲା, ଏହି ଦୃଶ୍ୟ କ୍ୟାମେରା ଲେନ୍ସରେ କଏଦ ହୋଇଥିଲା । ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଏହି ଭୟାନକ ଦୃଶ୍ୟ ଦେଖିବା ପରେ ଲୋକେ ଭୟଭୀତ ହୋଇପଡ଼ିଥିଲେ ।

ବାସ୍ତବରେ, ଏୟାର କାନାଡା ବୋଇଙ୍ଗ 777 ବିମାନ ଭାନକୋଭରରୁ ଉଡ଼ାଣ ଭରିଥିଲା । ଯେମିତି ହିଁ ବିମାନ ଟେକ୍‌ ଅଫ୍‌ କରିଥିଲା, ଏହା ଉପରେ ବଜ୍ରପାତ ହୋଇଥିଲା । ଭିଡିଓରେ ଦେଖାଯାଉଛି କି, ବିମାନଟି ଆକାଶରେ ଉଚ୍ଚରେ ପହଞ୍ଚିବା ମାତ୍ରେ ହଠାତ୍ ବଜ୍ରପାତ ହେଉଛି । ବିଜୁଳି ବହୁତ ଜୋର୍‌ରେ ଚମକି ବିମାନ ଉପରେ ପଡ଼ୁଛି ।

ବିମାନଟି ଭାନକୋଭର ବିମାନବନ୍ଦରରୁ ଲଣ୍ଡନର ହିଥ୍ରୋ ବିମାନବନ୍ଦର ଯାଉଥିଲା । ହେଲେ ରାସ୍ତାରେ ହିଁ ଏହି ଅଘଟଣ ଘଟିଥିଲା । ବିମାନରେ ପାଖାପାଖି ୪୦୦ ଲୋକ ବସିଥିଲେ। ଆଶ୍ୱସ୍ତିକର କଥା ଯେ ଏହି ବଜ୍ରପାତ ଦ୍ୱାରା ବିମାନର କୌଣସି କ୍ଷତି ଘଟି ନ ଥିଲା ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ ଉଦ୍ଧାର ପାଇଥିଲେ ।

ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ @thenewarea51 ନାମକ ଆକାଉଣ୍ଟରୁ ସେୟାର କରାଯାଇଛି । ଏହାକୁ ଏ ପର୍ଯ୍ୟନ୍ତ ୧ ମିଲିୟନ ଲୋକ ଦେଖିସାରିଥିବା ବେଳେ ହଜାର ହଜାର ଲୋକ ଲାଇକ୍‌ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.