ଖିଚିଂରେ ଆନ୍ତର୍ଜାତିକ ଯୋଗ ଦିବସରେ ୨୦୦୦ ଲୋକ ହେବେ ସାମିଲ, ସ୍ଥାନୀୟ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା

କରଞ୍ଜିଆ(କେନ୍ୟୁଜ୍): ଆସନ୍ତା ୨୧ ତାରିଖରେ ବିଶ୍ୱରେ ପାଳିତ ହେବ ଆନ୍ତର୍ଜାତିକ ଯୋଗ ଦିବସ। ଚଳିତ ବର୍ଷ ୭୫ଟି ଦେଶରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହେବାକୁ ଥିବା ବେଳେ ଭାରତରେ ୭୫ଟି ସ୍ଥାନରେ ପାଳିତ ହେବ ଆନ୍ତର୍ଜାତିକ ଯୋଗ ଦିବସ । ଓଡ଼ିଶାରେ ତିନୋଟି ସ୍ଥାନରେ ବଡ଼ ଧରଣର ଆନ୍ତର୍ଜାତିକ ବିଶ୍ୱ ଯୋଗ ଦିବସ ପାଳିତ ହେବ ।

ଏହି ଆନ୍ତର୍ଜାତିକ ଯୋଗ ଦିବସ ପାଇଁ  ଚିହ୍ନଟ ହୋଇଥିବା ସ୍ଥାନ ଖିଚିଂ କିଭିଳି ସୁରଖୁରରେ ପାଳନ ହେବ ସେନେଇ ସମ୍ମିଳନୀ  କରାଯାଇଛି । ଏଥିରେ ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ,ପ୍ରଦୀପ ମାହାନ୍ତ, ଛଟ ଲାଲ ମହାନ୍ତ ,ସରୋଜ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।। ସୂଚନା ଥାଉକି ଓଡ଼ିଶାରେ ବଡ଼ ଧରଣର ତିନୋଟି ସ୍ଥାନରେ ଯୋଗ ଦିବସ ପାଳନ ହେବ । ପୁରୀ, କୋଣାର୍କ ଓ ଖିଚିଂ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଖିଚିଂ ରେ ୨୦୦୦ ଲେକମାନେ ଯୋଗ ଦିବସରେ ସାମିଲ ହେବେ । ଆନ୍ତର୍ଜାତିକ ଯୋଗ ଦିବସ ଓଡ଼ିଶାରେ ଯୋଗ ମହୋତ୍ସବ କମିଟି ଓଡିଶା ଆୟୋଜନ କରୁଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.