କୋଭିଡ୍ ୧୯ର ନାଜାଲ ଭ୍ୟାକ୍ସିନ୍ର ୩ୟ ଫେଜ୍ର ସଫଳ ପରୀକ୍ଷଣ, ଖୁବ୍ଶୀଘ୍ର ଲଞ୍ଚ୍ କରିବ ଭାରତ ବାୟୋଟେକ୍

କୋଭିଡ୍ ୧୯ର ନାଜାଲ ଭ୍ୟାକ୍ସିନ୍ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି। ଏ ନେଇ ଭାରତ ବାୟୋଟେକ୍ର ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ କ୍ରିଷ୍ଣା ଏଲା ସୂଚନା ଦେଇଛନ୍ତି। ଶନିବାର ଦିନ କ୍ରିଷ୍ଣା ଏଲା କହିଛନ୍ତି ଯେ କୋଭିଡ୍ ୧୯ର ନାଜାଲ ଭ୍ୟାକ୍ସିନ୍ (Covid 19 Nasal Vaccine) ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି। ଆସନ୍ତା ମାସରେ ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ୍ ଇଣ୍ଡିଆ (DCGI) ନିକଟରେ ଏ ନେଇ ସମସ୍ତ ତଥ୍ୟ ଜମା କରାଯାଇଛି।
ତାଙ୍କ କହିବାନୁସାରେ, ଟିକାର କ୍ଲିନିକାଲ ଟ୍ରାଏଲ ଶେଷ ହୋଇଛି। ଯଦି ସବୁ କିଛି ଠିକ୍ ରହେ ତେବେ DCGI ଦ୍ୱାରା ଅନୁମତି ମିଳିବା ପରେ ଭ୍ୟାକ୍ସିନ୍କୁ ମାର୍କେଟ୍ରେ ଲଞ୍ଚ୍ କରାଯିବ। ଏହା ଦୁନିଆର ପ୍ରଥମ କ୍ଲିନିକାଲ ରୂପେ ପ୍ରମାଣିତ ନାଜାଲ ଭ୍ୟାକ୍ସିନ୍ ହେବ ବୋଲି କହିଛନ୍ତି ଭାରତ ବାୟୋଟେକ୍ର ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ କ୍ରିଷ୍ଣା ଏଲା।
Paris | We’ve completed a clinical trial, data analysis is going on. We’ll submit the data to regulatory agency. If everything is okay, we’ll get permission to launch & it will be world’s 1st clinically proven nasal COVID-19 vaccine: Dr Krishna Ella, Chairman & MD, Bharat Biotech pic.twitter.com/stha9oXZ3R
— ANI (@ANI) June 19, 2022
ଭାରତ ହେଲା କଣ୍ଟ୍ରି ଅଫ୍ ଦ ଇୟର:
ଡା.ଏଲା ପ୍ୟାରିସ୍ରେ ଆୟୋଜିତ ଭାଇଭା ଟେକ୍ନୋଲୋଜି ୨୦୨୨ରେ ଅଂଶ ଗ୍ରହଣ କରିଛନ୍ତି। ସେଠାରେ ଭାରତକୁ କଣ୍ଟ୍ରି ଅଫ୍ ଦ ଇୟର ଘୋଷଣା କରାଯାଇଛି। ସୂଚନାଯୋଗ୍ୟ ଯେ ଡ୍ରଗ୍ କଣ୍ଟ୍ରୋଲର ଚଳିତ ବର୍ଷ ଜାନୁଆରୀରେ ଭାରତ ବାୟୋଟେକ୍କୁ ନିଜ ନାଜାଲ କରୋନା ଭ୍ୟାକ୍ସିନ୍ ଉପରେ ତୃତୀୟ ଟ୍ରାଏଲ ପାଇଁ ଅନୁମତି ଦେଇଥିଲା। କୋଭିଡ୍ ୧୯ର ବୁଷ୍ଟର ଡୋଜ୍ ଉପରେ ଡା.ଏଲା କହିଛନ୍ତି ଯେ ଯେଉଁ ଲୋକମାନେ ଦ୍ୱିତୀୟ ଡୋଜ୍ ନେଇଛନ୍ତି ସେମାନେ ବୁଷ୍ଟର ଡୋଜ୍ ନିଶ୍ଚୟ ଭାବେ ନେବା ଉଚିତ୍।
ଡା.ଏଲା କହିଛନ୍ତି, ବୁଷ୍ଟର ଡୋଜ୍ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ସମସ୍ତଙ୍କ ପାଇଁ ବୁଷ୍ଟର ଡୋଜ୍ ଏକ ଚମତ୍କାରୀ ଟିକା। କେବଳ ଏତିକି ନୁହେଁ, ପିଲାଙ୍କ ଠାରେ ମଧ୍ୟ ଦୁଇଟି ଡୋଜ୍ ପରେ ଏତେଟା ରୋଗ ପ୍ରତିରୋଧକ ଶକ୍ତି ବଢ଼ିନଥିଲା, କିନ୍ତୁ ତୃତୀୟ ଡୋଜ୍ ପରେ ଏହା ଆଖିଦୃଶିଆ ବଢ଼ିଥିବା ନଜର ଆସିଥିଲା।
Also Read: ପୁଣିଥରେ ଦେଶ ପାଇଁ ଗୌରବ ଆଣିଲେ ନୀରଜ ଚୋପ୍ରା, ଟୋକିଓ ଅଲମ୍ପିକ ପରେ ଜିତିଲେ ସ୍ୱର୍ଣ୍ଣ ପଦକ