କଟାରମାଲ ମନ୍ଦିରରେ କାଠ ମୂର୍ତ୍ତିରେ ପୂଜା ପାଆନ୍ତି ସୂର୍ଯ୍ୟ ଦେବ, ମନ୍ଦିରରେ ଲୁଚି ରହିଛି ଅନେକ ପ୍ରାଚୀନ ରହସ୍ୟ

ସୂର୍ଯ୍ୟ ଦେବତାଙ୍କୁ ପ୍ରତ୍ୟକ୍ଷ ଦେବତା ଭାବେ ଗଣାଯାଏ। ଗ୍ରହର ରାଜା ଏବଂ ଆତ୍ମାର ପ୍ରତୀକ ହେଉଛନ୍ତି ସୂର୍ଯ୍ୟଦେବ । ଏଥିପାଇଁ ଯେଉଁ ବ୍ୟକ୍ତିଙ୍କର ଆତ୍ମବିଶ୍ୱାସ ଦୁର୍ବଳ ସେମାନଙ୍କୁ ସୂର୍ଯ୍ୟ ପୂଜା କରିବାର ପରାମର୍ଶ ଦିଆଯାଏ। ତେବେ ଦେଶରେ ତ ସବୁ ଦେବାଦେବୀଙ୍କର ଅନେକ ମନ୍ଦିର ରହିଛି ସେ ହିପରି ସୂର୍ଯ୍ୟଦେବଙ୍କର ମଧ୍ୟ ଏକ ବଡ଼ ମନ୍ଦିର ଆମ ଦେଶରେ ରହିଛି। ଯାହା ଗୋଟିଏ ଦିନରେ ତିଆରି ହୋଇଥିଲା। କେବଳ ଏତିକି ନୁହେଁ ବରଂ ଏହା ପଛରେ ଅନେକ ରହସ୍ୟ ମଧ୍ୟ ଲୁଚି ରହିଛି। ଆଜି ସେହି ମନ୍ଦିରରକ ଦର୍ଶନ କରନ୍ତୁ।

ଦେଶର ଅନେକ ସ୍ଥାନରେ ସୂର୍ଯ୍ୟଙ୍କର ଛୋଟ-ବଡ଼ ମନ୍ଦିର ରହିଛି । ପ୍ରାୟ ସବୁ ମନ୍ଦିରରେ ସୂର୍ଯ୍ୟ ଦେବତାଙ୍କର ମୂର୍ତ୍ତି ପଥର କିମ୍ବା ଧାତୁରେ ନିର୍ମିତ ଥିବା ଦେଖାଯାଏ । ହେଲେ ଆମେ ଆଜି ଆପଣଙ୍କୁ ଏମିତି ଏକ ସୂର୍ଯ୍ୟ ମନ୍ଦିରକୁ ନେଇଯିବୁ ଯେଉଁଠି ସୂର୍ଯ୍ୟ ଦେବତାଙ୍କର ମୂର୍ତ୍ତି କୌଣସି ପଥର କିମ୍ବା ଧାତୁରେ ନ ହୋଇ କାଠରେ ନିର୍ମିତ ହୋଇଛି ।

ପଞ୍ଚ ଦେବତାଙ୍କ ମଧ୍ୟରେ ସୂର୍ଯ୍ୟଦେବଙ୍କ ସ୍ଥାନ ରହିଛି । ସୂର୍ଯ୍ୟଦେବ ସାତ ଘୋଡାର ରଥରେ ବିରାଜମାନ ଥିବା ବେଳେ ରଂଗ ଲାଲ ସ୍ୱରୁପ ହୋଇଥାଏ । ସୂର୍ଯ୍ୟଙ୍କୁ ସର୍ବ କଲ୍ୟାଣକାରୀ ଓ ସର୍ବ ପ୍ରକାଶକ ମନାଯାଏ । ସୂର୍ଯ୍ୟ ଦେବଙ୍କୁ ଜଗତର ଆତ୍ମା ବୋଲି କୁହାଯାଏ । କାରଣ ସୂର୍ଯ୍ୟ ଦେବ ପୃଥିବୀର ସମସ୍ତ ପ୍ରାଣୀଙ୍କ ଜୀବନର ଆଧାର ଓ ନବଗ୍ରହଙ୍କ ରାଜା । କଳିଯୁଗରେ ସବୁ ଦେବତାଙ୍କ ମଧ୍ୟରେ ସୂର୍ଯ୍ୟଦେବ ଓ ଚନ୍ଦ୍ରଦେବ ହିଁ କେବଳ ଦୃ୍‌ଶ୍ୟମାନ ଦେବତା ବୋଲି ଧରାଯାଏ ।

ଓଡ଼ିଶାର ସୂର୍ଯ୍ୟ ମନ୍ଦିର ବିଶ୍ୱ ପ୍ରସିଦ୍ଧ ବୋଲି ମାନ୍ୟତା ରହିଛି । ସେହିପରି ଦେବଭୂମୀ ଉତ୍ତରାଖଣ୍ଡରେ ଭଗବାନ ସୂର୍ଯ୍ୟଦେବତା କଟାରମଲ ସୂର୍ଯ୍ୟ ମନ୍ଦିର ଭାବେ ବିରାଜମାନ ଅଛନ୍ତି । ଯାହା ଉତ୍ତରାଖଣ୍ଡର ଅଲ୍‌ମୋଡା ଜିଲ୍ଲାର ଅଘେଲୀ ସୁନାର ଗାଁରେ ଅବସ୍ଥିତ । ଏହା ଅଲମୋଡା ସହର ଠାରୁ ମାତ୍ର ୧୬ କି.ମି ଦୂରରେ ଅବସ୍ଥିତ । ଏହି ମନ୍ଦିର ସମୁଦ୍ର ପତ୍ତନ ଠାରୁ ୨୧୧୬ ମିଟର ଉଚ୍ଚରେ ଥିବା ବେଳେ ଏହା ପ୍ରାୟ ୨୦୦ ବର୍ଷ ପୁରୁଣା ବୋଲି ମନାଯାଏ । ଏହି ସମୟରେ କତ୍ୟୁରୀ ରାଜବଂଶର ରାଜା କଟାରମଲଙ୍କୁ ଏହି ମନ୍ଦିର ନିର୍ମାଣ କରିଥିଲେ। । ଯେଉଁଥିପାଇଁ ଏହି ମନ୍ଦିରକୁ କଟାରମଲ ସୂର୍ଯ୍ୟ ମନ୍ଦିର ବୋଲି ମଧ୍ୟ କୁହାଯାଏ । କୁହାଯାଏ ରାଜା କଟାରମଲ ଗୋଟିଏ ରାତିରେ ଏହି ମନ୍ଦିରକୁ ନିର୍ମାଣ କରିଥିଲେ ।

କଟାରମଲ ସୂର୍ଯ୍ୟ ମନ୍ଦିରର ସବୁଠୁ ବଡ଼ ବିଶେଷତା ଯେ ଏଠାରେ ସୂର୍ଯ୍ୟ ଦେବତାଙ୍କ ମୂର୍ତ୍ତି ବଡ଼ କାଠରେ ତିଆରି । ଏହି କାରଣରୁ ଏହି ସୂର୍ଯ୍ୟ ମନ୍ଦିରକୁ ‘ବଡ଼ ଆଦିତ୍ୟ ମନ୍ଦିର ’ ବୋଲି ମଧ୍ୟ କୁହାଯାଏ । ବାସ୍ତୁ କଳା ଓ ଶିଳ୍ପ କଳାର ଅଦ୍ଭୁତ ନମୂନାରେ ତିଆରି ହୋଇଥିବା ଏଠାରେ ଆହୁରି ଛୋଟ ବଡ଼ ୪୫ ମନ୍ଦିର ମଧ୍ୟ ରହିଛି । ଯେଉଁଠାରେ ସୂର୍ଯ୍ୟ ଦେବଙ୍କ ଛଡ଼ା ଭଗବାନ ଶିବ, ମାତା ପାର୍ବତୀ, ଶ୍ରୀ ଗଣେଶ, ଭଗବାନ ଲକ୍ଷ୍ମୀ ନାରାୟଣ, କାର୍ତ୍ତିକେୟ ଓ ଭଗବାନ ନରସିଂହଙ୍କ ମୂର୍ତ୍ତି ମଧ୍ୟ ରହିଛି ।

ଏହି ଭବ୍ୟ ମନ୍ଦିର ନିର୍ମାଣ ୬ଷ୍ଠ ଓ ୯ମ ଶତାବ୍ଦୀ ମଧ୍ୟରେ ହୋଇଥିବା ଆଶାକରାଯାଏ । ପୌରାଣିକ କଥାବସ୍ତୁ ଅନୁସାରେ ସତ୍ୟଯୁଗରେ ଉତ୍ତରାଖଣ୍ଡର କନ୍ଦରାଓରେ ଋଷିମାନେ ତପସ୍ୟା ରତ ଥିବା ବେଳେ ରାକ୍ଷସମାନେ ଆସି ସେମାନଙ୍କ ତପ ଭଙ୍ଗ କରୁଥିଲେ । ଏଥିରୁ ରକ୍ଷା ପାଇବା ପାଇଁ ଋଷିମାନେ ସୂର୍ଯ୍ୟଙ୍କୁ ତପସ୍ୟା କଲେ । ସୂର୍ଯ୍ୟଦେବ ସେଠାରେ ଋଷିମାନଙ୍କୁ ଦର୍ଶନ ଦେବା ସହ ଏକ ବଟ ବୃକ୍ଷରେ ନିଜର ତେଜକୁ ସ୍ଥାପନ କରିଦେଲେ । ସେହିଦିନ ଠାରୁ ସେଠାରେ ଏହି ବଟ ବୃକ୍ଷ ସୂର୍ଯ୍ୟଙ୍କ ପ୍ରତିମା ସ୍ୱରୁପ ପୂଜା ପାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.