ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୨୦୩୯ ଜଣ ଆକ୍ରାନ୍ତ,  ଖୋର୍ଦ୍ଧା  ଜିଲ୍ଲାରୁ ସର୍ବାଧିକ ୫୪୦ ଜଣ ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୨୦୩୯ ଜଣ ଆକ୍ରାନ୍ତ । ଆଜିର ସୁସ୍ଥଙ୍କ ମଧ୍ୟରୁ  ଖୋର୍ଦ୍ଧା  ଜିଲ୍ଲାରୁ ସର୍ବାଧିକ ୫୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।  ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୩ ହଜାର ୮୮ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୨୨୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଭଦ୍ରକରୁ ୧୭୧, ଯାଜପୁରରୁ ୧୨୯, କେନ୍ଦ୍ରାପଡ଼ାରୁ ୧୧୦, ପୁରୀରୁ ୧୦୦, ଜଗତସିଂହପୁରରୁ ୯୦, ମୟୂରଭଂଜରୁ ୮୯, ବାଲେଶ୍ୱରରୁ ୮୨, ନୟାଗଡ଼ରୁ ୭୧ ଓ ଅନୁଗୁଳରୁ ୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଢେଙ୍କାନାଳରୁ ୫୭, ମାଲକାନଗିରିରୁ ୨୭, କନ୍ଧମାଳରୁ ୨୩, କେନ୍ଦୁଝରରୁ ୨୨, ସମ୍ବଲପୁରରୁ ୨୦, ରାୟଗଡ଼ାରୁ ୧୯, ସୁନ୍ଦରଗଡ଼ରୁ ୧୫, ବୌଦ୍ଧରୁ ୧୦, କଳାହାଣ୍ଡିରୁ ୯, ବରଗଡ଼, ବଲାଙ୍ଗୀର, କୋରାପୁଟ, ସୁବର୍ଣ୍ଣପୁରରୁ ୮ ଜଣ ଲେଖାଏଁ, ଗଜପତିରୁ ୭, ଦେବଗଡ଼ରୁ ୬, ଗଂଜାମ, ନବରଂଗପୁରରୁ ୪ ଜଣ ଲେଖାଏଁ, ନୂଆପଡ଼ାରୁ ୨ ଓ ରାଜ୍ୟପୁଲରୁ ୧୧୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.