୨୨ ନାଗ ଛୁଆ ସହ ୩୬ ଅଣ୍ଡା ଉଦ୍ଧାର, ପୂର୍ବରୁ ଧରା ପଡ଼ିଥିଲା ମା ନାଗୁଣୀ

ମାସେ ପୂର୍ବରୁ ଧରା ପଡ଼ିଥିଲା ମା ନାଗୁଣୀ । ଗତକାଲି ସନ୍ଧ୍ୟାରେ ଉଦ୍ଧାର ହେଲେ ୨୨ ନାଗଛୁଆ । ଖାଲି ସେତିକି ନୁହଁ ୩୬ଟି ସାପ ଅଣ୍ଡା ଖୋଳ ବି ଉଦ୍ଧାର ହୋଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ଅଧୀନ ବିରୋଳୀ ଶାସନ ଗାଁର ଲକ୍ଷ୍ମୀଧର ପଣ୍ଡାଙ୍କ ଘରେ ।

ଭଦ୍ରକ (କେନ୍ୟୁଜ): ମାସେ ପୂର୍ବରୁ ଧରା ପଡ଼ିଥିଲା ମା ନାଗୁଣୀ । ଗତକାଲି ସନ୍ଧ୍ୟାରେ ଉଦ୍ଧାର ହେଲେ ୨୨ ନାଗଛୁଆ । ଖାଲି ସେତିକି ନୁହଁ ୩୬ଟି ସାପ ଅଣ୍ଡା ଖୋଳ ବି ଉଦ୍ଧାର ହୋଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ଅଧୀନ ବିରୋଳୀ ଶାସନ ଗାଁର ଲକ୍ଷ୍ମୀଧର ପଣ୍ଡାଙ୍କ ଘରେ ।

ଲକ୍ଷ୍ମୀଧରଙ୍କ ବୋହୂ ରଶ୍ମିତା ପଣ୍ଡା ଗୁହାଳ ଘରକୁ ଯାଇ ଜାଳେଣି କାଠ ଆଣିବା ବେଳେ ହଠାତ ଦୁଇଟି ନାଗଛୁଆ ତାଙ୍କ ଡ଼ାହାଣ ହାତ ଉପରେ ଚଢ଼ି ଯାଇଥିଲେ । ଏହା ପରେ ସ୍ନେକ ହେଲ୍ପ ଲାଇନର ଚିତ୍ତ ରଞ୍ଜନ ପଣ୍ଡା ଆସି ଖୋଜା ଖୋଜି କରିବା ପରେ ଅନେକ ସାପ ଥିବା ଅନୁମାନ କରି ଗୁହାଳ ଘର ଖୋଳିଥିଲେ । ତାପରେ ଗୋଟିଏ ପରେ ଗୋଟିଏ କରି ୨୨ଟି ନାଗଛୁଆ ସହ ୩୬ ଅଣ୍ଡାଖୋଳ ଉଦ୍ଧାର ହୋଇଛି ।

ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଘଟଣାର ଏକମାସ ପୂର୍ବରୁ ଗୁହାଳ ଘରୁ ୪ ଫୁଟ୍‌ ଲମ୍ବର ମାଆ ନାଗୁଣୀ ଧରା ପଡ଼ିଥିବା ବେଳେ ଆଜି ୨୨ଟି ଛୁଆ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ୨୨ଟି ସାପକୁ ରଗଡ଼ି ଜଙ୍ଗଲରେ ଛାଡ଼ି ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.