ଭାରତର ପ୍ରଥମ କେବୁଲ ଆଧାରିତ ରେଲୱେ ବ୍ରିଜ, ଜାଣନ୍ତୁ କେତେ କେବୁଲରେ ସଂଯୋଗ ହୋଇଛି

ଭାରତୀୟ ରେଲୱେରେ ଥିବା ସମସ୍ତ ବ୍ରିଜ୍‌ ଲିଷ୍ଟରେ ଭାରତର ପ୍ରଥମ କେବୁଲ ଆଧାରିତ ବ୍ରିଜ୍‌ କୁ ସାମିଲ କରାଯାଇଛି । ଏହି ବ୍ରିଜ୍‌ କେବୁଲ ଦ୍ୱାରା ସଂଯୋଗ କରାଯାଇଛି । ଏହା ଭାରତୀୟ ରେଳ ବିଭାଗର ପ୍ରଥମ ବ୍ରିଜ ଯାହା କେବୁଲ ରେ ସଂଯୋଗ ହୋଇଛି ।

ରେଲୱେ ବର୍ତ୍ତମାନ ଆଧୁନିକତା ଆଡ଼କୁ ଗତି କରୁଛି । ଭାରତରେ ଥିବା ସମସ୍ତ ଷ୍ଟେସନକୁ ଉନ୍ନତ କରାଯାଉଛି ଏବଂ ସେମି ହାଇସ୍ପିଡ ଟ୍ରେନ ଚଲା ଯାଉଛି । ଆପଣ ଯେତେବେଳେ ଟ୍ରେନରେ ଯାତ୍ରା କରନ୍ତି ଆପଣ ରାସ୍ତାରେ ଅନେକ ବ୍ରିଜ୍‌ ଦେଖିଥିବେ । ବ୍ରିଜ ଗୁଡ଼ିକ ଭିନ୍ନ ଭିନ୍ନ ଷ୍ଟାଇଲରେ ହୋଇଥିବା ଆପଣମାନେ ଦେଖିଥିବେ । ଏହି ପରିପ୍ରେକ୍ଷୀରେ ବତ୍ତର୍ମାନ ଭାରତୀୟ ରେଲୱେରେ ଥିବା ସମସ୍ତ ବ୍ରିଜ୍‌ ଲିଷ୍ଟରେ ଭାରତର ପ୍ରଥମ କେବୁଲ ଆଧାରିତ ବ୍ରିଜ୍‌ କୁ ସାମିଲ କରାଯାଇଛି । ଏହି ବ୍ରିଜ୍‌ କେବୁଲ ଦ୍ୱାରା ସଂଯୋଗ କରାଯାଇଛି । ଏହା ଭାରତୀୟ ରେଳ ବିଭାଗର ପ୍ରଥମ ବ୍ରିଜ ଯାହା କେବୁଲ ରେ ସଂଯୋଗ ହୋଇଛି । ତେବେ ଏହି ବ୍ରିଜରେ କେତେ କେବୁଲ ସଂଯୋଗ ହୋଇଛି ତାହା ଜାଣିବାକୁ ଆପଣମାନେ ନିଶ୍ଚିତ ଚାହୁଁଥିବେ । ତେବେ ଆସନ୍ତୁ ଜାଣିବା ଏହି ବ୍ରିଜ ବିଷୟରେ ।

ଜାମ୍ମୁ କାଶ୍ମୀରରେ ଦେଶର ପ୍ରଥମ କେବୁଲ ଆଧାରିତ ବ୍ରିଜ ରହିଛି । ଯାହା ୯୬ଟି କେବୁଲ ସାହାଯ୍ୟରେ ପ୍ରସ୍ତୁତ କରାଯାଇଛି । ଏହି ବ୍ରିଜ ଅଞ୍ଜି ନଦୀ ଉପରେ ନିର୍ମାଣ କରାଯାଇଛି । ଏହି ବ୍ରିଜର ଦୃଶ୍ୟ ଅତ୍ୟନ୍ତ ସୁନ୍ଦର । ଏହି ବ୍ରିଜର ଲମ୍ବ ୭୨୫ ମିଟର ଏବଂ ଏହା ନଦୀର ୩୩୧ ମିଟର ଉପରେ ଝୁଲୁଛି । ଭାରତୀୟ ରେଳ ବିଭାଗ ଦୃଷ୍ଟିରୁ ଏହି ବ୍ରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା କାଶ୍ମୀରକୁ ଦେଶ ସହ ଯୋଡ଼ିବା ପାଇଁ ସାହାଯ୍ୟ କରୁଛି ।

ଏହାର ନାମ ଅଞ୍ଜି ବ୍ରିଜ, ଯାହା ଉଦ୍ଧମପୁର- ଶ୍ରୀନଗର- ବାରାମୁଲ୍ଲା ରେଳ ଲିଙ୍କ ପ୍ରକଳ୍ପର ଏକ ଅଂଶ । ଅଞ୍ଜି ନଦୀ ପାର୍ଶ୍ୱରେ ଥିବା ଏହି ବ୍ରିଜ ୧୧ ମାସ ସମୟ ମଧ୍ୟରେ ନିର୍ମାଣ କରାଯାଇଛି । ଏହି ବ୍ରିଜ ସୁଡ଼ଙ୍ଗ ଟି- ୨, କଟଡ଼ା ଏବଂ ସୁଡ଼ଙ୍ଗ ଟି-୩ ଏବଂ ରିୟାସିକୁ ଯୋଡ଼ିବା ପାଇଁ କାମ କରିଥାଏ । ଅଞ୍ଜି ନଦୀ ଚେନାବ ନଦୀର ଉପନଦୀ, ଯାହା ଉପରେ ହିଁ ଏହି ବ୍ରିଜ ନିର୍ମାଣ କରାଯାଇଛି ।
ଏହି ବ୍ରିଜର ଲମ୍ବ ୭୨୫ ମିଟର । ୪୭୩ ମିଟର କେବୁଲ ସାହାଯ୍ୟରେ ଏହି ବ୍ରିଜ ଆକାଶରେ ଝୁଲୁଛି । ଏହାର କେବଳ ଗୋଟିଏ ପିଲର ରହିଛି ଯାହାର ଲମ୍ବ ୧୯୩ ମିଟର । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ବ୍ରିଜ ଆଇଫେଲ ଟାଓ୍ଵାର ଠାରୁ ମଧ୍ୟ ଅଧିକ ଉଚ୍ଚ । ଆଇଫେଲ ଟାଓ୍ଵାର ର ଉଚ୍ଚତା ୩୩୦ ମିଟର ହୋଇଥିବା ବେଳେ ନଦୀ ତଳଠାରୁ ପିଲର ପର୍ଯ୍ୟନ୍ତ ବ୍ରିଜର ଉଚ୍ଚତା ୩୩୧ ମିଟର ।

ପୂର୍ବରୁ ଚେନାବ ନଦୀରେ ଆର୍କ ବ୍ରିଜ ନିର୍ମାଣ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପରେ ୨୦୧୬ ମସିହାରେ ଏହାକୁ ଏକ କେବୁଲ ଆଧାରିତ ବ୍ରିଜ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ରେଲୱେ ଅନୁସାରେ ଏହି ବ୍ରିଜ ଘଣ୍ଟା ପ୍ରତି ୨୧୩ କିଲୋମିଟର ବେଗକୁ ସମ୍ଭାଳିବା ପାଇଁ କ୍ଷମତା ରଖିଛି । ଏହି ବ୍ରିଜ ଉପରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଟ୍ରେନ ଯାଇ ପାରିବ । ତେବେ ଏହି ବ୍ରିଜ ସୁନ୍ଦର ଭାବେ ନିର୍ମାଣ କରାଯାଇଛି । ଏହି ବ୍ରିଜରେ ଯାତ୍ରା କରିବା ପାଇଁ ଅନେକ ଯାତ୍ରୀଙ୍କ ଇଚ୍ଛା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.