ସଶକ୍ତ ହେବେ ୧୨ଟି ବ୍ଲକର ୨୪ ଜଣ ଦିବ୍ୟାଙ୍ଗ: ୩ ଚକିଆ ମୋଟର ଯାନ ବାଣ୍ଟିଲେ ଡ.ଅଚ୍ୟୁତ ସାମନ୍ତ
୨୪ ଜଣ ଭିନ୍ନକ୍ଷମଙ୍କୁ କିସ୍ ଏବଂ ଭାରତୀୟ କଣ୍ଟେନର ନିଗମ ଲିମିଟେଡ ଆର୍ଥିକ ସହଯୋଗରେ ୩ ଚକିଆ ମୋଟର ଯାନ ବିତରଣ କରାଯାଇଛି। ପୂର୍ବରୁ ଚିହ୍ନଟ କରାଯାଇଥିବା ଦିବ୍ୟାଙ୍ଗ ମହିଳା ଓ ପୁରୁଷଙ୍କୁ ଫୁଲବାଣୀର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଡ. ସାମନ୍ତ ୩ ଚକିଆ ଯାନ ବିତରଣ କରିଥିଲେ।

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକର ୨୪ ଜଣ ଭିନ୍ନକ୍ଷମଙ୍କୁ କିସ୍ ଏବଂ ଭାରତୀୟ କଣ୍ଟେନର ନିଗମ ଲିମିଟେଡ ଆର୍ଥିକ ସହଯୋଗରେ ୩ ଚକିଆ ମୋଟର ଯାନ ବିତରଣ କରାଯାଇଛି। ପୂର୍ବରୁ ଚିହ୍ନଟ କରାଯାଇଥିବା ଦିବ୍ୟାଙ୍ଗ ମହିଳା ଓ ପୁରୁଷଙ୍କୁ ଫୁଲବାଣୀର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଡ. ସାମନ୍ତ ୩ ଚକିଆ ଯାନ ବିତରଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଲ୍ଲିକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ରୋଦନ ମଲ୍ଲିକ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, କନ୍ଧମାଳ ଜିଲ୍ଲପାଳ ଆଶିଷ ଈଶ୍ୱର ପାଟିଲ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ, କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସାଧବାଣୀ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ।