ଜେରକ୍ସ ଦୋକାନୀଙ୍କୁ ଫାଇନ୍ : ୩ ଟଙ୍କା ପାଇଁ ଗଣିବେ ୨୫ ହଜାର ତଣ୍ଡ

୩ ଟଙ୍କା ପାଇଁ ୨୫ ହଜାର ଫାଇନ୍ । ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କାର ଫାଇନ ଦେବାକୁ କହିଛନ୍ତି ଖାଉଟି ଅଦାଲତ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ସମ୍ବଲପୁରରେ ଜଣେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ କରିଛନ୍ତି ଜିଲ୍ଲା ଖାଉଟି ଅଦାଲତ ।

ସମ୍ବଲପୁର (କେନ୍ୟୁଜ): ୩ ଟଙ୍କା ପାଇଁ ୨୫ ହଜାର ଫାଇନ୍ । ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କାର ଫାଇନ ଦେବାକୁ କହିଛନ୍ତି ଖାଉଟି ଅଦାଲତ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ସମ୍ବଲପୁରରେ ଜଣେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ କରିଛନ୍ତି ଜିଲ୍ଲା ଖାଉଟି ଅଦାଲତ । ମାସେ ଭିତରେ ଟଙ୍କା ନଦେଲେ ୯ ପ୍ରତିଶତ ସୁଧ ସହ ଟଙ୍କା ଦେବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି ।

ସୂଚନା ଅନୁସାରେ ସମ୍ବଲପୁରର ଜଣେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ଗତ ଏପ୍ରିଲ ୨୮ ତାରିଖରେ ଜେରକ୍ସ କରିବାକୁ ଯାଇଥିଲେ । ଗୋଟିଏ କପିକୁ ଜେରକ୍ସ କରି ୫ ଟଙ୍କା ଦେଇଥିଲେ । ଗୋଟିଏ କପି ଜେରକ୍ସ କରିବା ପରେ ବଳକା ୩ ଟଙ୍କା ଫେରାଇନଥିଲେ ଦୋକାନୀ । ତାଙ୍କୁ ଗ୍ରାହକ ଟଙ୍କା ମାଗିବାରୁ ଯୁକ୍ତିତର୍କ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ । ପରେ ଦୋକାନୀ ଜଣକ ୫ ଟଙ୍କା ଫେରାଇବା ସହ ଭିକାରୀକୁ ଦାନ କରିଦେଲି ବୋଲି କହିଥିଲେ। ଏହାକୁ ନେଇ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ଗ୍ରାହକ । କୋର୍ଟ ମାମଲାର ଶୁଣାଣି କରି ଦୋକାନୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋକାନୀ ଜଣକ କୌଣସି ରସିଦ କିମ୍ବା ବିଲ୍ ନ ଦେଇ ଅସାଧୁ ଉପାୟରେ ବ୍ୟବସାୟ କରୁଥିବା ଦର୍ଶାଇଛନ୍ତି । ବଳକା ୩ ଟଙ୍କା ଫେରସ୍ତ ସହ ୩୦ ଦିନ ମଧ୍ୟରେ ଆବେଦନକାରୀଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଜରିମାନା ନଦେଲେ ବାର୍ଷିକ ୯ ପ୍ରତିଶତ ହାରରେ ସୁଧ ଦେବାକୁ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.