Below header

କଟକ ବଡ ମେଡିକାଲରେ ନବ ନିର୍ମିତ ଅଡିଟୋରିୟମରୁ ୨୫ରୁ ୩୦ ଲକ୍ଷ ଟଙ୍କାର ଚୋରି

କଟକ ବଡ ମେଡିକାଲରେ ନବ ନିର୍ମିତ ଅଡିଟୋରିୟମ୍ ମଧ୍ୟରୁ ପ୍ରୋଜେକ୍ଟର ଚୋରି । ୨୫ରୁ ୩୦ ଲକ୍ଷ ଟଙ୍କାର ଏକ ପ୍ରୋଜେକ୍ଟର ଚୋରି ହୋଇ ଯାଇଥିବା ଏସ୍ସିବି ମେଡିକାଲ ୟୁଜି ଛାତ୍ର ସଂସଦ ସଭାପତି ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ ଏ ପର‌୍ୟ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ମଙ୍ଗଳବାର ରାତିରେ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ଛାତ୍ରମାନେ ଗଲାବେଳେ ଏହି ପ୍ରୋଜେକ୍ଟର ଚୋରି ହୋଇଥିବା ଜାଣି କଲେଜ ଡିନ୍ ତଥା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଲିଖିତ ଅଭିଯୋଗ ହେଲେ ଘଟଣାର ତଦନ୍ତ ଆରମ୍ଭ ହେବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.