Below header

ସେମି ଫାଇନାଲରେ ଏମିତି ଖେଳିଲା ଟିମ୍ ଇଣ୍ଡିଆ, ନିଜ ନାଁ ରେ କଲା ଏହି ଲଜ୍ଜାଜନକ ରେକର୍ଡ

ବିଶ୍ୱକପ୍ ମହାସମର । ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫର୍ଡରେ ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଟକ୍କର । କାଲି ବର୍ଷା ଯୋଗୁଁ ଅଧାରେ ଅଟକିଥିବା ମ୍ୟାଚ୍ ଆଜି ଆରମ୍ଭ ହୋଇଛି । ଅବଶିଷ୍ଟ ଓଭର ଖେଳି ନ୍ୟୁଜିଲାଣ୍ଡ ଭାରତ ଆଗରେ ୨୪୦ ରନର ଲକ୍ଷ୍ୟ ଧାର‌୍ୟ୍ୟ କରିଛି । କିନ୍ତୁ ଏହାର ଜବାବରେ ବ୍ୟାଟିଂ କରୁଥିବା ଭାରତ ମୂଳରୁ ହିଁ ସଂକଟରେ ପଡିଯାଇଛି । ନ୍ୟୁଜିଲାଣ୍ଡ ବୋଲରଙ୍କ ବଲକୁ ବୁଝିବା ପାଇଁ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି ଭାରତୀୟ ଟପ୍ ଅର୍ଡର । ବର୍ତ୍ତମାନ ସୁଦ୍ଧା ୪ ବଡ଼ ୱିକେଟ୍ ହରାଇଛି ଟିମ୍ ଇଣ୍ଡିଆ । ମାତ୍ର ୫ ରନରେ ୩ଟି ଓ୍ଵିକେଟ ହରାଇଛି ବିରାଟ ବାହିନୀ । ଏହା ସହ ନିଜ ନାଁରେ ଦୁଇଟି ଲଜ୍ଜାଜନକ ରେକର୍ଡ କରିଛି ଭାରତ ।

ରୋହିତ ଶର୍ମା,କେଏଲ ରାହୁଲ ଏବଂ ବିରାଟ କୋହଲି ୧ ରନ୍ ଲେଖାଏଁ କରି ଆଉଟ୍ ହୋଇଛନ୍ତି । ଏହା ସହ ଟିମର ପ୍ରଥମ ତିନି ବ୍ୟାଟ୍ସମ୍ୟାନ୍ ମିଶିକି ମାତ୍ର ୩ ରନ୍ କରି ଏକ ଲଜ୍ଜା ଜନକ ରେକର୍ଡ ନିଜ ନାଁରେ ନିଜ ନାଁରେ କରିଛନ୍ତି । ଏହା ହେଉଛି ଟିମ୍ ଇଣ୍ଡିଆ ପକ୍ଷରୁ ଟପ୍ ତିନି ବ୍ୟାଟ୍ସମ୍ୟାନଙ୍କ ଦ୍ବାରା କରାଯାଇଥିବା ସବୁଠାରୁ କମ୍ ରନ୍ । ଏହା ପୂର୍ବରୁ ୨୦୦୫ରେ ଦକ୍ଷିଣ ଆଫ୍ରିକା ବିରୋଧରେ ହାଇଦ୍ରବାଦରେ ଟପ୍ ତିନି ବ୍ୟାଟ୍ସମ୍ୟାନ୍ ମାତ୍ର ୪ ରନ୍ କରିଥିଲେ ।

ଏହା ସହ ପଢନ୍ତୁ ପୁଣି ଅଡୁଆରେ ସାମୀ: ମହିଳାଙ୍କ ଗମ୍ଭୀର ଅଭିଯୋଗ, ସ୍କ୍ରିନ୍ ସଟ୍ ହେଲା ଭାଇରାଲ୍

ଏହା ବ୍ୟତୀତ ଟିମ୍ ଇଣ୍ଡିଆ ଆଉ ଏକ ଲଜ୍ଜା ଜନକ ରେକର୍ଡ କରିଛି ନିଜ ନାଁରେ । ପ୍ରଥମ ପାୱାରପ୍ଲେ ଅର୍ଥାତ୍ ପ୍ରଥମ ୧୦ ଓଭରରେ ୪ ୱିକେଟ୍ ହରାଇ କରିଛି ମାତ୍ର ୨୪ ରନ୍ । ଯାହା ବିଶ୍ବକପରେ ପାୱାରପ୍ଲେରେ କରାଯାଇଥିବା ସବୁଠାରୁ କମ୍ ସ୍କୋର୍ । ଏହା ପୂର୍ବରୁ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପ୍ରଥମ ୧୦ ଓଭରରେ ୧ ୱିକେଟ୍ ହରାଇ ମାତ୍ର ୨୭ ରନ୍ କରି ଲଜ୍ଜାଜନକ ରେକର୍ଡ ନିଜ ନାଁରେ କରିଥିଲା ।

ଗତକାଲି ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା ନ୍ୟୁଜିଲାଣ୍ଡ । ପ୍ରଥମରୁ ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନଙ୍କ ଉପରେ ପ୍ରଭାବ ପକାଇଥିଲେ ଭାରତୀୟ ବୋଲର । ତୃତୀୟ ଓଭରରେ ଓପନର୍ ଗୁପଟିଲ୍ଙ୍କୁ ମାତ୍ର ଏକ ରନରେ ପ୍ୟାଭିଲିୟନ୍ ପଠାଇଥିଲେ ବୁମରାହ । ପ୍ରଥମ ୧୦ ଓଭରରେ ନ୍ୟୁଜିଲାଣ୍ଡ ମାତ୍ର ୨୭ ରନ୍ କରିବାରେ ସକ୍ଷମ ହୋଇଥିଲା। ଭୁବନେଶ୍ୱର କୁମାର, ଯଶପ୍ରୀତ୍ ବୁମ୍ରାହ, ଚହଲ ଓ ଜାଡେଜା ଗୋଟିଏ ଲେଖାଏ ଓ୍ଵିକେଟ୍ ନେଇଥିଲେ । ଅଧିନାୟକ ଓ୍ଵିଲୟମସନ୍ ଓ ରସ୍ ଟେଲର କିଛି ସମୟ ପାଳି ସମ୍ଭାଳିଥିଲେ । ହେଲେ ଓ୍ଵିଲିୟମସନ୍ ୬୭ ରନ୍ କରି ଚହଲଙ୍କ ଶିକାର ହୋଇଥିଲେ । ଭାରତ ପକ୍ଷରୁ ପ୍ରଭାବୀ ବୋଲିଂ କରାଯାଇଥିଲେ ମଧ୍ୟ ଫିଲ୍ଡିରେ ସେପରି ପ୍ରଭାବ ଦେଖିବାକୁ ମିଳିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.