ଗଞ୍ଜାମ: ପୁରୁଷୋତ୍ତମପୁରରେ ଅଭାବନୀୟ ଘଟଣା, କାନ୍ଥ ପଡ଼ି ଷଷ୍ଠ ଶ୍ରେଣୀ ଛାତ୍ର ମୃତ

ଗଞ୍ଜାମ (କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଆଙ୍ଗୁ ଗାଁରେ ଘଟିଛି ଏକ ଅଭାବନୀୟ  ଘଟଣା । ଗାଁରେ ଥିବା ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ଫଳକ କାନ୍ଥ ପଡ଼ି ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି।  ମୃତ ଛାତ୍ର ଜଣକ ହେଲେ ଶ୍ୟାମସୁନ୍ଦର ଦାଶ। ଗତ କାଲି ଅପରାହ୍ନରେ ବିଦ୍ୟାଳୟ ନିକଟରେ କିଛି ଛାତ୍ର ଖେଳୁଥିବା ବେଳେ ହଠାତ୍ କାନ୍ଥଟି ଶ୍ୟାମସୁନ୍ଦରଙ୍କ ଉପରେ ପଡିଯାଇଥିଲା ଓ ସେଠାରେ ଶ୍ୟାମସୁନ୍ଦର ଚାପି ହୋଇଯାଇଥିଲା। ପରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଶ୍ୟାମସୁନ୍ଦରଙ୍କୁ  ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ଆଜି ସକାଳୁ ଚିକିତ୍ସାଧିନ ଅବସ୍ଥାରେ ଶ୍ୟାମସୁନ୍ଦରଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି।  ବିଦ୍ୟାଳୟ ନିକଟରେ ବ୍ଲକ ପ୍ରଶାସନ ପକ୍ଷରୁ ତିତିଲି ଉନ୍ନୟନ କାର୍ଯ୍ୟ ପାଇଁ ଇଟା କାନ୍ଥରେ ଏହି ଫଳକ ନିର୍ମାଣ କରାଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  ।

 

 

Leave A Reply

Your email address will not be published.