Below header

ଏପ୍ରିଲ ୧୮ରେ ହେବ ଦ୍ୱିତୀୟ ପର୍ଯ୍ୟୟ ନିର୍ବାଚନ, ଜାଣନ୍ତୁ କେଉଁଠି

ଏପ୍ରିଲ ୧୮ରେ ହେବ ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ। ୨ୟ ପର‌୍ୟ୍ୟାୟରେ ବଲାଙ୍ଗୀର, ବରଗଡ଼, ଆସ୍କା, ସୁନ୍ଦରଗଡ଼ ଓ କନ୍ଧମାଳ ପାଇଁ ହେବ ଭୋଟ ଗ୍ରହଣ । ସମସ୍ତ ଆସନ ପାଇଁ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ କନ୍ଧମାଳ ଆସନ ପାଇଁ କେବଳ ବିଜେଡି ଡ. ଅଚ୍ୟୁତ ସାମନ୍ତଙ୍କ ନଁ ଘୋଷଣା କରିଛି। କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବଲାଙ୍ଗୀର ଆସନରେ ବିଜେଡି କଳିକେଶ ସିଂହଦେଓଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ସଂଗୀତା ସିଂହଦେଓ ଓ କଂଗ୍ରେସ ସମରେନ୍ଦ୍ର ମିଶ୍ରଙ୍କୁ ପ୍ରାର୍ଥୀ କରିଛି ।

ସେହିପରି ବରଗଡ଼ ଆସନରେ ପ୍ରସନ୍ନ ଆଚାର‌୍ୟ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ସୁରେଶ ପୂଜାରୀଙ୍କୁ ବିଜେପି ଓ କଂଗ୍ରେସ ପ୍ରଦୀପ ଦେବତାଙ୍କୁ ପ୍ରାର୍ଥୀ କରିଛି ଆସ୍କା ଲୋକସଭା ଆସନ ପାଇଁ ପ୍ରମିଳା ବିଶୋଇଙ୍କୁ ପ୍ରାର୍ଥୀ କରିଛି ବିଜେଡି। ବିଜେପି ପ୍ରାର୍ଥୀ ଭାବେ ଅନିତା ଶୁଭଦର୍ଶନୀଙ୍କ ନାଁ ଘୋଷଣା ହୋଇଥିବା ବେଳେ ଆସ୍କା ଆସନକୁ ସିପିଆଇକୁ ଛା଼ଡିଛି କଂଗ୍ରେସ। ରାମକୃଷ୍ଣ ପଣ୍ଡାଙ୍କୁ ଏଠାରୁ ପ୍ରାର୍ଥୀ କରିଛି ସିପିଆଇ ।

ସେହିପରି ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ମଧ୍ୟ ତିନି ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିଛନ୍ତି । ବିଜେଡି ସୁନିତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଥିବା ବେଳେ ଜୁଏଲ ଓରାମଙ୍କୁ ବିଜେପି ଓ ଜର୍ଜ ତିର୍କୀଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଛିଡ଼ା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.