ମାଟି ଗାତରୁ ମିଳିଲା ପୁନର୍ଜନ୍ମ, ୬୦ଫୁଟ ବୋରୱେଲରୁ ୪୯ ଘଣ୍ଟାପରେ ଉଦ୍ଧାର ହେଲା ନଦୀମ୍

ହିସାର : ହୋଲିକା ଦହନ ଦିନ ଅର୍ଥାତ୍ ବୁଧବାର ସନ୍ଧ୍ୟା ସମୟରେ ହିସାରର ବାଲସମନ୍ଦ ଗ୍ରାମରେ ୬୦ ଫୁଟ ବୋରୱେଲ ଗାତରେ ୧୫ ମାସର ନଦୀମ ଦୀର୍ଘ ୪୯ ଘଣ୍ଟା ପର‌୍ୟ୍ୟନ୍ତ ଫସି ରହିଥିଲେ। ବହୁ କଷ୍ଟରେ ତାଙ୍କର ଉଦ୍ଧାର କାର‌୍ୟ୍ୟ ଶେଷ ହୋଇଛି। ଶୁକ୍ରବାର ସନ୍ଧ୍ୟା ୫ଟା ସମୟରେ ଆର୍ମି ଏବଂ ଏନଡିଅରଏଫର ଟିମ୍ ଶିଶୁଟିକୁ ବାହାର କରିଛନ୍ତି। ଉଦ୍ଧାର ପରେ ତାକୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା।

ଶିଶୁଟିର ଉଦ୍ଧାର ପରେ ସେଠାରେ ଉପସ୍ଥିତ ଲୋକ ତାଳି ମାରି ଯବାନଙ୍କୁ ଧନ୍ୟବାଦ ଜଣାଇଥିଲେ। ନଦୀମଙ୍କ ଚିକିତ୍ସା ପରେ ସେ ଏବେ ସୁରକ୍ଷିତ ଥିବା ଡାକ୍ତର କହିଛନ୍ତି। କିନ୍ତୁ ସୁରକ୍ଷାକ ନଜରରେ ରଖି ତାଙ୍କୁ ଏବେ ଆଇସିୟୁରେ ରଖାଯାଇଛି। ନଦୀମ ତାଙ୍କ ଭଉଣୀଙ୍କ ସହ ଖେଳୁଥିବା ସମୟରେ ଗାତରେ ପଡିଯାଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.