ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନର ଆଜି ଦ୍ୱିତୀୟ ଦିନ, ବଳବତ୍ତର ରହିଛି ୧୪୪ ଧାରା

ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନର ଦ୍ୱିତୀୟ ଦିନ । ୧୪୪ ଧାରା ବଳବତ୍ତର ରହିଛି । ବିନା ଭକ୍ତରେ ଚାଲିଛି ଅଲାରନାଥଙ୍କ ଅଣସର ନୀତି । ଗତ ଦୁଇ ବର୍ଷ ହେଲା କୋଭିଡି କଟକଣା ପାଇଁ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି ।

ଭକ୍ତ ମାନଙ୍କୁ ମନ୍ଦିର ଭିତରକୁ ଠାକୁରଙ୍କ ଦର୍ଶନ ବନ୍ଦ ହୋଇଛି । ପୋଲିସ ପ୍ରଶାସନ ତରଫରୁ ମନ୍ଦିର ଚାରି ପଟେ ବାରିକେଟ୍‌ ତିଆରି ହୋଇଛି । ଭୋର ୪ଟାରେ ମନ୍ଦିର ଖୋଲା ଯାଇ ମହାପ୍ରଭୂ ଶ୍ରୀ ଅଲାରନାଥଙ୍କ ମଙ୍ଗଳ ଆଳତି, ଅବକାଶ ନୀତି ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.