ଚୋରା ବାଇକ ରାକେଟର ପର୍ଦ୍ଦାଫାସ, ୩ଟି ବାଇକକୁ ଉଦ୍ଧାର କଲା ନୀଳଗିରି ପୋଲିସ

ନୀଳଗିରି (କେନ୍ୟୁଜ୍) : ଚୋରା ବାଇକ ରାକେଟର ପର୍ଦ୍ଦାଫାସ କଲା ନୀଳଗିରି ପୋଲିସ। ଗତ କିଛି ଦିନ ଧରି ନୀଳଗିରିର ବିଭିନ୍ନ ଅଞ୍ଚଳରେ ବାଇକ ଚୋର ଆତଙ୍କ ଦେଖାଦେଇଥିଲା। ବାଇକ ଚୋରି ନେଇ ଧୋବଶିଳା ଗାଁର ଉମାକାନ୍ତ ଶ’ ଓ ଯାଜପୁର ଅଞ୍ଚଳର ପ୍ରଫୁଲ୍ଲ ମଲ୍ଲିକକୁ ଗିରଫ କରିଛି ପୋଲିସ। ଉମାକାନ୍ତ ଘରୁ ୩ଟି ବାଇକ ଓ ପ୍ରଫୁଲ୍ଲର ଶ୍ୱଶୁର ଧୋବଶିଳା ଗାଁର କାଶିନାଥଙ୍କ ଘରୁ ୩ଟି ଚୋରା ବାଇକ ପୋଲିସ ଉଦ୍ଧାର କରିଛି। ତଦନ୍ତ ପରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.