ଚାକିରି ନମିଳିବାରୁ ପତ୍ନୀଙ୍କଠୁ ୨୦ ହଜାର ନେଇ କାଟିଲେ ଲଟେରୀ, ଜିତିଲେ ୨୭କୋଟି ଟଙ୍କା

ୟୁନାଇଟେଡ଼ ଆରବ ଏମିରେଟରେ ଚାକିରି ଖୋଜିବାରେ ଅସଫଳ ହୋଇ ୪୫ଦିନ ପୂର୍ବରୁ ଘରକୁ ଫେରିଥିବା କଜଣେ ଭାରତୀୟ କୃଷକ ଶନିବାର ୪୦ଲକ୍ଷ ଡଲାର (୨୭.୮୬ କୋଟି ଟଙ୍କା)ର ଲଟେରୀ ଜିତି ନେଇଛନ୍ତି । କୃଷକ ଜଣକ ନିଜ ପତ୍ନୀଙ୍କ ଠୁ ଉଦ୍ଧାର ନେଇଥିବା ୨୦ହଜାର ଟଙ୍କାରେ ଦୁବାଇର ଏହି ଲଟେରୀ ଟିକେଟ କିଣିଥିଲେ ।

ସୂଚନା ଅନୁଯାୟୀ ହାଇଦ୍ରାବାଦରେ ରହୁଥିବା ବିଳାସ ରିକ୍କାଲା ବିଗ ଟିକେଟ ଲଟେରୀରେ ୪୦.୦୮ଲକ୍ଷ ଡଲାରର ପ୍ରଥମ ପୁରସ୍କାର ଜିତିଥିଲେ । ନିଜାମାବାଦ ଜିଲ୍ଲା ଜାକରଣପଲ୍ଲି ଗାଁର ବାସିନ୍ଦା ରିକ୍କାଲାଙ୍କୁ ଏହାର ସୂଚନା ଶନିବାର ମିଳିଥିଲା । ସାଧାରଣତଃ ରିକ୍କାଲା ଏବଂ ତାଙ୍କ ପତ୍ନୀ ପଦ୍ମା ଭାରତ ଚାଷ କରି ନିଜର ପେଟ ପୋଷନ୍ତି । ଧାନ ବିଲରୁ ତାଙ୍କର ମୋଟ ବାର୍ଷିକ ଆୟ ୩ଲକ୍ଷ ଟଙ୍କା ହୋଇଥାଏ । ଦୁଇ ଝିଅଙ୍କ ବାପା ରିକ୍କାଲା ପୂର୍ବରୁ ଦୁବାଇରେ ରହି ଡ୍ରାଇଭର ଭାବେ କାମ କରୁଥିଲେ । ଏହି କାମ ଛାଡିବା ପରେ ତାଙ୍କୁ ଆଉ ଚାକିରି ମିଳି ନଥିଲା ।

ଏହିପରି ଦୁଇ ବର୍ଷ ସେ ୟୁଏଇର ପ୍ରାୟ ସବୁ ବଡ ଲଟେରୀର ଟିକେଟ କିଣୁଥିଲେ । ଚାକିରୀ ଯିବା ପରେ ନିଜ ପତ୍ନୀଙ୍କଠୁ ୨୦ ହଜାର ଟଙ୍କା ଉଦ୍ଧାର ନେଇ ସେ ଆବୁ ଧାବିରେ କାମ କରୁଥିବା ନିଜର ଜଣେ ବନ୍ଧୁଙ୍କୁ ଦେଇଥିଲେ । ରବି ଏହି ପଇସାରେ ରିକ୍କାଲାଙ୍କ ନାମରେ ତିନୋଟି ଲଟେରୀ ଟିକେଟ କିଣିଥିଲେ । ଯାହାକି ପରେ ତାଙ୍କ ଭାଗ୍ୟ ବଦଳାଇ ଦେଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.