ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଘଟଣାସ୍ଥଳରେ ୩ ମୃତ

ଯାଜପୁର(କେନ୍ୟୁଜ୍) : ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନେଉଳପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ। ଫଳରେ ଘଟଣାସ୍ଥଳରେ ୩ ଜଣକର ଶୋଚନୀୟ ମୃତ୍ୟୁ। ମୃତକ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ୫/୬ବର୍ଷର ଶିଶୁ କନ୍ୟା ଥିବା ସୂଚନା ମିଳିଛି। କଟକ ବିଡାନାସୀ ଅଞ୍ଚଳର ଶଙ୍କର ସାହୁ, ତାଙ୍କ ପତ୍ନୀ ଓ ଛୋଟ ଝିଅକୁ ବାଇକରେ ନେଇ ଭଦ୍ରକ ଯାଉଥିଲେ।
ଏହି ସମୟରେ କଟକ ଅଭିମୁଖେ ଯାଉଥିବା ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛି। ଏପଟେ ଦୁର୍ଘଟଣା ଘଟାଇବା ପରେ ଆମ୍ବୁଲାନ୍ସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।