Viral Video: ଶୋଷରେ ଡହଳବିକଳ ହେଉଥିଲା କୁକୁର, ହାତରେ ପାଣି ଭରି ପିଆଇବାକୁ ଲାଗିଲେ ଏହି ବୃଦ୍ଧ

କୁହନ୍ତି, ପ୍ରାଣୀମାନେ କଥା କହିପାରନ୍ତି ନାହିଁ, କିନ୍ତୁ ସେମାନେ ହାବଭାବ ଦ୍ୱାରା ନିଜ ସମସ୍ୟା ବିଷୟରେ ଅନ୍ୟକୁ ଜଣାନ୍ତି। ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କୁ ଅଣଦେଖା କରନ୍ତି, କିନ୍ତୁ କିଛି ଲୋକ ଏହି ନିରୀହ ପ୍ରାଣୀମାନଙ୍କ ଭାବନାକୁ ଅତି ସହଜରେ ବୁଝିଯାନ୍ତି। ଏବେ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି, ଯେଉଁଥିରେ ଜଣେ ବୃଦ୍ଧ ଏକ କୁକୁରକୁ ପାଣି ପିଆଉଥିବା ଦେଖିବାକୁ ମିଳୁଛି।
କୁକୁରକୁ ପାଣି ପିଆଇବା କଥା ବଡ଼ ନୁହେଁ, ବରଂ ଖାସ କଥା ଏହା ଯେ ଜଣେ ବୃଦ୍ଧ କୁକୁରର ହରକତକୁ ବୁଝିପାରିଲେ ଏବଂ ଏହାପରେ ନିଜ ହାତରେ ପାଣି ଆଣି କୁକୁରକୁ ପିଆଇଲେ। ଏହି ଭିଡ଼ିଓକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସ ଅଫିସର ସୁଶାନ୍ତ ନନ୍ଦା ନିଜ ଟୁଇଟର ପେଜରେ ସେୟାର କରିଛନ୍ତି। ସେ ଏହାର କ୍ୟାପସନ ଲେଖିଛନ୍ତି, ‘ଯେ ପର୍ଯ୍ୟନ୍ତ ଆପଣ କାହା ପାଇଁ କିଛି କରିନାହାନ୍ତି, ଆପଣ ଆପଣଙ୍କ ଦିନ ବଞ୍ଚିନାହାନ୍ତି। ଧ୍ୟାନ ଦିଅନ୍ତୁ କି, ଆଜି ଆପଣ କ’ଣ କରିଛନ୍ତି?’
You have not lived ur day, until you have done something for someone who can never repay you🙏🏼
Be compassionate in what you today. pic.twitter.com/SK7zXjCxnc— Susanta Nanda IFS (@susantananda3) February 25, 2020
ତେବେ ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି କି, କୁକୁର ଯେତେବେଳେ ପାଣି ପିଉଛି, ବୃଦ୍ଧ ଜଣକ ଆଉଥରେ ଯାଇ ପାଣି ନେଇ ଆସୁଛନ୍ତି। ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରାଯାଇଛି। ଜଣେ ୟୁଜର ଲେଖିଛନ୍ତି, ‘ଏ ହେଉଛି ଅସଲି ମାନବିକତା!’ ଏହିପରି ଅନେକ ଲୋକ କମେଣ୍ଟ କରି ବୃଦ୍ଧଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।