ଟି ସେତୁରେ ଦଳାଚକଟା ଘଟଣା : ୪ ଗୁରୁତରଙ୍କ ସମେତ ୩ ଶିଶୁ ଏସିବିରେ ଭର୍ତ୍ତି, ଚିକିତ୍ସା କାର୍ଯ୍ୟ ଜାରି

କଟକ (କେନ୍ୟୁଜ): ଟି ସେତୁରେ ଦଳାଚକଟା। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି । ୪ ଗୁରୁତର ଭାବେ ଆହତ ହୋଇ ଥିବାବେଳେ ସେମାନଙ୍କ ମଧ୍ୟରେ ୩ ଶିଶୁ କଟକ ବଡ଼ ମେଡ଼ିକାଲରେ ଅଛନ୍ତି। ଗତ କାଲି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖିବାକୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ଓ କଟକ ମେୟର ସୁବାସ ସିଂ ଆସିଥିଲେ। ମୃତକଙ୍କ ପରିବାର ଙ୍କୁ ମୁଖ୍ଯମନ୍ତ୍ରୀ ୫ ଲକ୍ଷ ଟଙ୍କା ଆର୍ଥିକ ସାହୟତା ଘୋଷଣା କରିଥିଲା ବେଳେ ଆହତଙ୍କୁ ୧୦ ହଜାର ଓ ମୃତକଙ୍କୁ ୨୦ ହଜାର ଟଙ୍କା ରେଡ଼କ୍ରସ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି କଟକ ଜିଲାପାଳ। ସମସ୍ତ ୪ଜଣଙ୍କ ମଧ୍ୟ ରୁ ୨ ଜଣଙ୍କୁ ଟ୍ରମା icu ଓ ଆଉ ୨ ଜଣଙ୍କୁ ସେଣ୍ଟାଲ icu ରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ମକର ମେଳା ଦେଖିବାକୁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ସେତୁ ଉପରକୁ ଆସିଯାଇଥିଲେ। ଯେଉଁଥି ପାଇଁ ଏହି ଅଘଟଣ ଘଟିଛି। ତେବେ ଏହି ଦିଗରେ ଉଚ୍ଚ ସ୍ତରୀୟ ତଦନ୍ତ ଓ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ଜିଲାପାଳ । ଏସିବିରେ ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି। ପ୍ରଥମେ କାଜୁଆଲଟି ରେ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଓ ପରେ ସେଣ୍ଟାଲ ଓ ଟ୍ରମା icu କୁ ସ୍ଥାନାନ୍ତର କରାଯାଇଥିଲା । ସର୍ଜରୀ, ଅର୍ଥପେଡିକ ଓ ନ୍ଯୁରୋସର୍ଜରୀ, ପେଡି ଏ ଟି କ ବିଭାଗର ଡକ୍ଟର ଚକିତ୍ସା ପାଇଁ ମୁତୟନ ରହିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.