ଟେଲିଗ୍ରାମରେ ଗ୍ରୁପ କରି ଟଙ୍କା ହାତଉଥିଲେ, ଗିରଫ ହେଲେ ୩ ସାଇବର ଠକ

ପ୍ରତିଦିନ ଲୋକମାନେ ସାଇବର ଠକାମୀର ଶିକାର ହେଉଛନ୍ତି । ମେସେଜ, ହ୍ଵାଟସଆପ ଏବଂ ଇମେଲ ମାଧ୍ୟମରେ ସାଇବର ଠକଙ୍କ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ତେବେ ଏଭଳି ଏକ ସମାନ ଘଟଣା ଟେଲିଗ୍ରାମରେ ହୋଇଥିବା ଜଣା ପଡ଼ିଛି ।

ବାସୁଦେବପୁର(କେନ୍ୟୁଜ୍): ପ୍ରତିଦିନ ଲୋକମାନେ ସାଇବର ଠକାମୀର ଶିକାର ହେଉଛନ୍ତି । ମେସେଜ, ହ୍ଵାଟସଆପ ଏବଂ ଇମେଲ ମାଧ୍ୟମରେ ସାଇବର ଠକଙ୍କ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ତେବେ ଏଭଳି ଏକ ସମାନ ଘଟଣା ଟେଲିଗ୍ରାମରେ ହୋଇଥିବା ଜଣା ପଡ଼ିଛି ।

ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ନରସିଂହପୁର ବାଣପୁର ଗାଁରେ । ସାଇବର ଠକାମୀରେ ଶିକାର ହୋଇଥିବା ଯୁବକଙ୍କ ଅଭିଯୋଗ ପରେ ପୋଲିସ୍ ଛାନଭିନ କରି ୩ ସାଇବର ଠକଙ୍କୁ କାବୁ କରିବାରେ ସଫଳ ହୋଇଛି । ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ସାବରଙ୍ଗ ଥାନା ଅଞ୍ଚଳର ପ୍ରୟାସକାନ୍ତି ଦାସ, ତା’ର ଦୁଇ ସହଯୋଗୀ ସିମୁଳିଆ ଅଞ୍ଚଳର ଜଗନ୍ନାଥ ଦଳେଇ ଓ ମୃତୁ୍ୟଞ୍ଜୟ ବେହେରାଙ୍କୁ ବାନ୍ଧିଥିବା ନେଇ ପୋଲିସ ପ୍ରେସମିଟ ଜରିଆରେ ସୂଚନା ଦେଇଛି।

ଏହି ଠକଦଳ ଟେଲିଗ୍ରାମରେ ଗ୍ରୁପ କରି ଠକେଇ କରିବାର ବାଟ ଖୋଲିଥିଲେ। ଗାଁ ଗହଳିର ଯୁବକ ମାନଙ୍କୁ ଟଙ୍କା ମିଳିବାର ଲୋଭଦେଖାଇ ତାଙ୍କ ନାମରେ ପ୍ରଥମେ ଆକାଉଣ୍ଟ ଖୋଲୁଥିଲେ। ଏହି ଆକାଉଣ୍ଟକୁ ଆସୁଥିବା ଟଙ୍କାକୁ କୌଶଳକରି ଉଠାଇ ନେଉଥିଲେ । ଏହି କ୍ରମରେ, ବାଣପୁର ଗାଁରେ ଦୀପକ କୁମାର ଦାସଙ୍କୁ ଏମାନେ ପ୍ରବର୍ତ୍ତାଇଥିଲେ । ପରେ ପ୍ରଥମେ ଏଟିଏମ ଓ ଆଧାର କାର୍ଡ ନେଇ ତାଙ୍କ ନାମରେ ଆକାଉଣ୍ଟ ଖୋଲିଥିଲେ। ଆଉ କହିଥିଲେ ଆକାଉଣ୍ଟକୁ ଟଙ୍କା ଆସିଲେ ଜଣାଇବା ପାଇଁ| କିଛି ଦିନପରେ ଟଙ୍କା ଆସିଥିଲା। ଏହାପରେ ଦୀପକ ଠାରୁ ଓଟିପି ନେଇ ଟଙ୍କା ହାତେଉଥିଲେ ଏହି ଠକଦଳ।

ବାରମ୍ୱାର ଟଙ୍କା ଆସୁଥିଲା ଆଉ ଯାଉଥିଲା ଦୀପକର ଆକାଉଣ୍ଟରୁ । ଏହି ଘଟଣାଦେଖି ଦୀପକ ଚାଲାକିକରି ଆସିଥିବା ୯୦୦୦ ଟଙ୍କା ତାଙ୍କର ଜଣେ ବନ୍ଧୁଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ମହାଭାରତ। ଦୀପକଠାରୁ ଟଙ୍କା ନପାଇ ଠକଦଳ ଧମକ ଦେଇଥିଲେ । ଏପରିକି ଘରକୁ ଆସି ତାଙ୍କ ପରିବାରକୁ ଧମକ ଦେବାସହ ଟଙ୍କା ମାଗିଥିଲେ ।

ଏହି ଘଟଣା ଶୁଣି ବାହାରେଥିବା ଦୀପକ ଓ ତାଙ୍କ ବନ୍ଧୁ ଘରକୁ ଫେରି କୌଶଳକରି ଦୁଇ ଯୁବକକକୁ ମାଡିବସି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଂଚି ୨ଜଣ ସାଇବର ଠକଙ୍କୁ ଥାନାକୁ ଆଣି ତଦନ୍ତ ଚଳାଇଥିଲେ। ପରେ ଏଥିରେ ସମ୍ପୃକ୍ତ ଥିବା ମୁଖ୍ୟ ଆସାମୀ କୁହାଯାଉଥିବା ଭଦ୍ରକ ବ୍ଲକ ସାବରଙ୍ଗ ଅଞ୍ଚଳର ପ୍ରୟାସକାନ୍ତୀ ଦାସକୁ ଗିରଫ କରିବାରେ ସଫଳ ହୋଇଥିବା କଥା ସାମ୍ୱାଦିକ ସମ୍ମୀଳନୀ ମାଧ୍ୟମରେ ଜଣାଇଛନ୍ତି।

ଟଙ୍କା ଲୁଟ କରିବା ପାଇଁ ମଡର୍ଣ୍ଣ ଟେକ୍ନୋଲୋଜିକୁ ଆପଣାଉଛନ୍ତି ସାଇବର ଠକ । ଅନଲାଇନ ମାଧ୍ୟମରେ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଆଉ ଏହି ଠକାମୀର ଶିକାର ହେଉଛନ୍ତି ସାଧାରଣ ଜନତା । ଏଦିଗର ପୋଲିସ୍ କଠୋର ନିତି ଆପଣାଇବା ସହ ଲୋକେ ବି ସତକର୍କ ହେବା ଆବଶ୍ୟକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.