ଶୀତର ପହିଲି ପରଶ: ମର୍ଣ୍ଣିଂ ୱାକ୍ ସାଙ୍ଗକୁ ଚା ଢ଼ୋକେର ମଜା କହିଲେ ନସରେ

ବଦଳିଲା ପାଗର ମିଜାଜ୍‌ । ରାଜ୍ୟରେ ଅନୁଭୂତ ହେଲାଣି ପହିଲି ଶୀତ । କିଛି ଦିନରେ ଜାଡରେ ଥରିବ ସାରା ଓଡ଼ିଶା। ବିଶେଷକରି ପହିଲି ଶୀତରେ ଥରୁଛି କନ୍ଧମାଳ । କନ୍ଧମାଳ ସମେତ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ବି ପାରଦ ଖସିବାରେ ଲାଗିଛି।

ଦାରିଙ୍ଗବାଡ଼ି(କେନ୍ୟୁଜ୍) : କନ୍ଧମାଳରେ ଶୀତର ପହିଲି ପରଶ ଆଣି ଦେଇଛି ରୋମାଞ୍ଚ। ସକାଳର ଘନ କୁହୁଡିରେ ଢେର ବିଳମ୍ବ ଯାଏ ନିଜର ପଶରା ମେଲି ଧରୁଛି। ଥଣ୍ଡା ପାଗରେ କାକର ଭିଜା ପ୍ରକୃତି କେବଳ ସ୍ଥାନୀୟ ବାସିନ୍ଦା ନୁହେଁ, ପର୍ଯ୍ୟଟକଟିଏକୁ ବି ଆନମନା କରୁଛି। ପର୍ଯ୍ୟଟନର ପ୍ରକୃତ ସ୍ଥଳୀ କନ୍ଧମାଳ। ଶୀତର ମଜାଉଠାଇବାକୁ ବାହାର ରାଜ୍ୟକୁ ଯିବା ବଦଳରେ ଏଠାକୁ ଆସି ପ୍ରକୃତ ମଜା ଉଠାଇପାରିବେ। କନ୍ଧମାଳ ପାଇଁ ରାସ୍ତାଘାଟର ମଧ୍ୟ ଭରପୁର ସୁବିଧା ରହିଛି।

ତେବେ ଓଡ଼ିଶାର କାଶ୍ମୀର ବୋଲାଉଥିବା ଦାରିଙ୍ଗବାଡ଼ିରେ ବି ପହିଲି ଶୀତ ଅନୁଭୂତ ହୋଇଛି । ହାଲ୍କା ଶୀତରେ ସାଙ୍ଗକୁ ଘନ କୁହୁଡ଼ିରେ ଆଚ୍ଛାଦିତ ହେଉଛି କନ୍ଧମାଳ ଜିଲ୍ଲା ସମେତ ଦାରିଙ୍ଗବାଡ଼ିରେ । ବିଗତ ୪୮ ଘଣ୍ଟା ରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରଦ କ୍ରମଶଃ କମିବାରେ ଲାଗିଛି । ଯାହା ଫଳରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି ।

kandhamal

ସକାଳୁ ସକାଳୁ ଘନ କୁହୁଡିରେ ଆଚ୍ଛାଦିତ ହେଉଛି ଦାରିଙ୍ଗବାଡ଼ି ସମେତ ଆଭ୍ୟନ୍ତରୀଣ ଅଞ୍ଚଳ ବିଗତ ଦିନ ଫୁଲବାଣୀରେ ତାପମାତ୍ରା ୧୭ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ି ରେ ମଧ୍ୟ ୧୬ ଡିଗ୍ରୀ ଭିତରେ ରହୁଛି ଶୀତ । ଶୀତ ଋତୁ ଆସିଲେ କନ୍ଧମାଳ ର ଭୂସ୍ୱର୍ଗ ତଥା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ଉପରେ ସମସ୍ତଙ୍କ ନଜର ରହିଥାଏ , ଯାହାକି ଶୀତ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏଠିକାର ଗହନ ବନ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।

ଶୀତ ଆସିଲେ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଦାରିଙ୍ଗବାଡ଼ିରେ ବର୍ତ୍ତମାନ ୧୬ ଡ଼ିଗ୍ରୀ ରେ ପହିଲି ଶୀତ ଅନୁଭୂତ ହେଉଛି ଯାହାକି ପ୍ରାତ ଭ୍ରମଣ ସାଙ୍ଗକୁ ଚା ଢ଼ୋକ ରେ ଶୀତର ଭରପୁର ମଜା ନେଉଛନ୍ତି ସ୍ଥାନୀୟ ବାସିନ୍ଦା ।

ବଦଳିଲା ପାଗର ମିଜାଜ୍‌ । ରାଜ୍ୟରେ ଅନୁଭୂତ ହେଲାଣି ପହିଲି ଶୀତ । କିଛି ଦିନରେ ଜାଡରେ ଥରିବ ସାରା ଓଡ଼ିଶା। ବିଶେଷକରି ପହିଲି ଶୀତରେ ଥରୁଛି କନ୍ଧମାଳ । କନ୍ଧମାଳ ସମେତ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ବି ପାରଦ ଖସିବାରେ ଲାଗିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.