ରାସ୍ତାକଡ଼ରେ ପଡିଛି ୩ ମୃତଦେହ, ହତ୍ୟା ନା ଦୁର୍ଘଟଣା ହୋଇନାହିଁ ସ୍ପଷ୍ଟ
ହେମଗିର ଥାନା ବିଲେଇମୁଣ୍ଡା ଛତାବର ପେଟ୍ରୋଲ ପମ୍ପ ନିକଟସ୍ଥ ରାସ୍ତା କଡରେ ପଡିଛି ୩ ମୃତଦେହ ।ମୃତକ ତିନି ଜଣଙ୍କ ମଧ୍ୟରେ ବାଙ୍କିବାହାର-ଟପରିଆ ରାସ୍ତା ନିର୍ମାଣ କରୁଥିବା ସଂସ୍ଥା ଆରକେଡିର ୨ଜଣ ସୁରକ୍ଷାକର୍ମୀ ହୋଇଥିବା ବେଳେ ଆଉ ଜଣଙ୍କ ପରିଚୟ ମିଳିପାରିନାହିଁ ।
ସୁନ୍ଦରଗଡ (କେନ୍ୟୁଜ): ହେମଗିର ଥାନା ବିଲେଇମୁଣ୍ଡା ଛତାବର ପେଟ୍ରୋଲ ପମ୍ପ ନିକଟସ୍ଥ ରାସ୍ତା କଡରେ ପଡିଛି ୩ ମୃତଦେହ । ହତ୍ୟା ନା ଦୁର୍ଘଟଣା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପହଞ୍ଚି ନାହିଁ ପୋଲିସ ।
ଖବର ଅନୁଯାୟୀ, ସୋମବାର ଦିନ ବିଲେଇମୁଣ୍ଡା ଛତାବର ପେଟ୍ରୋଲ ପମ୍ପ ନିକଟରେ ଥିବା ରାସ୍ତାକଡ଼ରେ ତିନି ଜଣଙ୍କ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଦେଖୁ ଦେଖୁ ସ୍ଥାନୀୟଲୋକଙ୍କ ଭିଡ ଜମିଯାଇଥିଲା । ମୃତକ ତିନି ଜଣଙ୍କ ମଧ୍ୟରେ ବାଙ୍କିବାହାର-ଟପରିଆ ରାସ୍ତା ନିର୍ମାଣ କରୁଥିବା ସଂସ୍ଥା ଆରକେଡିର ୨ଜଣ ସୁରକ୍ଷାକର୍ମୀ ହୋଇଥିବା ବେଳେ ଆଉ ଜଣଙ୍କ ପରିଚୟ ମିଳିପାରିନାହିଁ । ଏହା ହତ୍ୟା କି ଆତ୍ମହତ୍ୟା, ଏବେ ଯାଏଁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।