Below header

ଦିଲ୍ଲୀ ମଦ ଦୁର୍ନୀତି: ସିସୋଦିଆଙ୍କ ପରେ ଏବେ ED ଚାର୍ଜସିଟ୍‌ରେ ଆପ୍‌ ସାଂସଦ ରାଘବ ଚଢାଙ୍କ ନାଁ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ସମସ୍ୟା କମିବାର ନାମ ନେଉନାହିଁ। ଦିଲ୍ଲୀ ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତରଫରୁ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରାଯାଇଛି।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ସମସ୍ୟା କମିବାର ନାମ ନେଉନାହିଁ। ଦିଲ୍ଲୀ ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତରଫରୁ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଦିଲ୍ଲୀ ମଦ ଦୁର୍ନୀତିର ତଦନ୍ତ ପ୍ରକ୍ରିୟା ଏବେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ପାଖରେ ପହଞ୍ଚିଛି। ଇଡିର ଚାର୍ଜସିଟ୍‌ରେ ଅନେକ ବଡ଼ ଖୁଲାସା ହୋଇଛି।

ଅବକାରୀ ନୀତି ମାମଲାରେ ଏବେ ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ନାମ ସାମ୍ନାକୁ ଆସିଛି। ଇଡିର ଚାର୍ଜସିଟ୍ ଅନୁସାରେ, ମନୀଷ ସିସୋଦିଆଙ୍କ ପୂର୍ବତନ ସଚିବ ସି ଅରବିନ୍ଦ ତାଙ୍କ ବିବୃତ୍ତିରେ ରାଘବ ଚଢ଼ାଙ୍କ ନାମ ନେଇଛନ୍ତି।

ମନୀଷ ସିସୋଦିଆଙ୍କ ପୂର୍ବତନ ସଚିବ ସି ଅରବିନ୍ଦ ତଦନ୍ତକାରୀ ସଂସ୍ଥାକୁ କହିଛନ୍ତି ଯେ ସିସୋଦିଆଙ୍କ ଘରେ ହୋଇଥିବା ବୈଠକରେ ରାଘବ ଚଢ଼ା ଉପସ୍ଥିତ ଥିଲେ। ଯଦିଓ ତାଙ୍କୁ ଅଭିଯୁକ୍ତ ଭାବରେ ଦର୍ଶାଯାଇ ନାହିଁ। ଅରବିନ୍ଦଙ୍କ ବୟାନ ଅନୁସାରେ, ବୈଠକରେ ପଞ୍ଜାବର ଅବକାରୀ ଆୟୁକ୍ତ ବରୁଣ ରୁଜମ୍‌, ମାମଲାରେ ଅଭିଯୁକ୍ତ ବିଜୟ ନାୟର ଏବଂ ପଞ୍ଜାବ ଅବକାରୀ ନିର୍ଦ୍ଦେଶାଳୟର ଅନ୍ୟ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

ଏହି ବୈଠକରେ ତେଲେଙ୍ଗାନା ସିଏମ୍‌ କେସିଆର୍‌ଙ୍କ ଝିଅ କବିତାଙ୍କ ସ୍ୱାମୀ ଡ.ଆର. ଅନିଲ କୁମାର ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ନାମ ବି ଚାର୍ଜସିଟରେ ଆସିଛି। ଚାର୍ଜସିଟରେ କୁହାଯାଇଛି ଯେ ଦିଲ୍ଲୀରେ ମଦ କାରବାରକୁ ନେଇ କେ. କବିତା, ସରଥ ଚନ୍ଦ୍ର ରେଡ୍ଡୀ, ଅରୁଣ ପିଲ୍ଲାଇ ଓ ସମୀର ମହେନ୍ଦ୍ରୁଙ୍କ ସହ ଆଲୋଚନା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.