୧୦ ଡିଜିଟ ନମ୍ବରରୁ ଆଉ ଆସିବନି କଲ !

ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ମାନେ TRAI ନିଜ ନିୟମ ରେ ଏକ ବଡ ପରିବର୍ତ୍ତନ କରିଛି । ଯାହା ଗ୍ରାହକମାନେ ଦୀର୍ଘ ଦିନରୁ ଅପେକ୍ଷା କରି ରହିଥିଲେ । AI ର ସାହାଯ୍ୟ ନେଲା TRAI, ଏବେ ଏହି ୧୦ ଡିଜିଟ ନମ୍ବରରୁ ଆଉ ଆସିବା ନାହିଁ କଲ, ବଦଳିଯିବ କଲିଂ ଓ SMSର ନିୟମ।

ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ମାନେ TRAI ନିଜ ନିୟମ ରେ ଏକ ବଡ ପରିବର୍ତ୍ତନ କରିଛି । ଯାହା ଗ୍ରାହକମାନେ ଦୀର୍ଘ ଦିନରୁ ଅପେକ୍ଷା କରି ରହିଥିଲେ । ଅନେକ ଦିନ ପରେ TRAI ଦ୍ୱାରା ଫର୍ଜି କଲ୍ ଓ ମେସେଜ ସମ୍ବନ୍ଧରେ ଏକ ନୂଆ ନିୟମ ଜାରି କରାଯାଇଛି । ଯାହା ଗତ ମେ ୧ ଠାରୁ କାର୍ଯ୍ୟକାରୀ ହୋଇଛି । ଏଭଳି ପରିସ୍ଥିତିରେ ଏବେ ଆଉ ଲୋକଙ୍କୁ ଫର୍ଜି କଲ ଓ ମେସେଜ୍ ଆସିବା ବନ୍ଦ ହୋଇଯିବ । ଏହା ବହୁ ପରିମାଣରେ ଫ୍ରଡ଼ କଲ୍ ଓ ମେସେଜ୍ ବନ୍ଦ କରିବ ବୋଲି ଆଶା କରାଯାଉଛି ।

TRAI ର ଏହି ନୂଆ ନିୟମ ସମସ୍ତ ଟେଲିକମ୍ କମ୍ପାନୀ ମାନିବାକୁ ବାଧ୍ୟ । ୧ ମଇ ୨୦୨୩ରୁ ଏହି ନିୟମ ଲାଗୁ କରାଯାଇଛି । ଏହି କାର୍ଯ୍ୟ ପାଇଁ TRAI ଦ୍ୱାରା AI ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରର ସାହାଯ୍ୟ ନିଆଯାଉଛି । ଏହା ଫୋନରେ ଫର୍ଜି କଲ୍ ଓ ମେସେଜ ଆସିବା କୁ ରୋକିବ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯାହା ସ୍ପାମ୍ ଫିଲ୍ଟର୍ ପରି କାର୍ଯ୍ୟ କରିବ, ଏହା ଫର୍ଜି କଲ୍ ଓ ମେସେଜ୍ ଫିଲ୍ଟର୍ କରିବ । TRAI ର ଆଦେଶ ପରେ ଉଭୟ ଜିଓ ଓ ଏୟାରଟେଲ ଟେଲିକମ୍ କମ୍ପାନୀ ଦ୍ୱାରା ଏଇ ଫିଲ୍ଟର ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି । ଏୟାରଟେଲ ମେ’ ୧ ରୁ ଫିଲ୍ଟର ସିଷ୍ଟମ ଆରମ୍ଭ କରିବା ସହିତ ଜିଓ ଏଥିପାଇଁ କିଛି ସମୟ ନେଇପାରେ ।

TRAI ଏହା ବ୍ୟତୀତ ଅନେକ ଯୋଜନା ଉପରେ କାମ କରୁଛି । ଯାହାଦ୍ୱାରା ଉପଭୋକ୍ତାମାନେ ଫର୍ଜି କଲ୍ ଓ ମେସେଜରୁ ମୁକ୍ତି ପାଇପାରିବେ । ଏଥିପାଇଁ TRAI ପ୍ରୋତ୍ସାହନମୂଳକ କଲ୍ ପାଇଁ ଏକ ନୂତନ ନିୟମ ଆଣୁଛି । ଏହା ସହିତ କମ୍ପାନୀ କଲର୍ ଆଇଡି ଫିଚର୍ ଉପରେ କାମ କରୁଛି । ଏମିତିରେ ଯେତେବେଳେ ଫୋନ୍ ଆସିବ, ଫଟୋ ସହିତ କଲରଙ୍କ ନାମ ମଧ୍ୟ ଦେଖିହେବ ।

ଏଠାରେ କହି ରଖୁଛୁ ଯେ, TRAI ଅର୍ଥାତ ଟେଲିକମ୍ ନିୟାମକ ପ୍ରାଧିକରଣ ଏକ ବହୁତ ବଡ଼ ନିଷ୍ପତ୍ତି ନେଇଛି । TRAI ର ଏହି ନିଷ୍ପତ୍ତି ଯୋଗୁଁ ଟେଲି ମାର୍କେଟିଂ କମ୍ପାନୀ କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି । TRAI ବର୍ତ୍ତମାନ ସେହି ପ୍ରମୋସନାଲ ମେସେଜ ବିରୁଦ୍ଧରେ କଟକଣା ଜାରି କରିବାକୁ ଯାଉଛି ଯାହା ମୋବାଇଲ୍ ବ୍ୟବହାରକାରୀଙ୍କୁ ବିନା ଅନୁମତିରେ କଲ୍ କିମ୍ବା ମେସେଜ୍ ପଠାଉଛି । TRAI ଟେଲିକମ୍ କମ୍ପାନୀଗୁଡିକୁ ସ୍ପଷ୍ଟ କରିଛି ଯେ, ପ୍ରଚାର ପାଇଁ ସେମାନେ ପଞ୍ଜୀକୃତ ହୋଇ ନଥିବା ନମ୍ବର ବା Unregistered Numbers ବ୍ୟବହାର କରିବା ଉଚିତ୍ ନୁହେଁ । ଏମିତି କଲେ ଟ୍ରାଇ ତରଫରୁ କଠୋର ନିୟମ ଲାଗୁ କରାଯିବ ।

ଜାଣି ରଖନ୍ତୁ ଯେ ଟେଲି ମାର୍କେଟିଂ କମ୍ପାନୀ ପାଇଁ ଏକ ସ୍ୱତନ୍ତ୍ର ନମ୍ବର ଦିଆଯାଇଥାଏ । ଯାହା ସାଧାରଣ ନମ୍ୱର ଠାରୁ ସାମାନ୍ୟ ଭିନ୍ନ ହୋଇଥାଏ । ଟେଲିକମ୍ କମ୍ପାନୀଗୁଡିକ ପ୍ରମୋସନାଲ୍ କଲ୍ ପାଇଁ ସ୍ୱତନ୍ତ୍ର ନମ୍ବର ପାଆନ୍ତି ଯାହା ଦ୍ୱାରା ମୋବାଇଲ୍ ବ୍ୟବହାରକାରୀମାନେ ସାଧାରଣ କଲ୍ ଓ ପ୍ରମୋସନାଲ୍ କଲ୍ ମଧ୍ୟରେ ପାର୍ଥକ୍ୟ ବୁଝିପାରିବେ । କିନ୍ତୁ ଏହି ନିୟମକୁ ଅଣଦେଖା କରି ଅନେକ କମ୍ପାନୀ ମୋବାଇଲ୍ ବ୍ୟବହାରକାରୀଙ୍କୁ କେବଳ ନର୍ମାଲ ୧୦ ଅଙ୍କ ନମ୍ବର ରୁ କଲ୍ କରୁଛନ୍ତି । ଯାହା ଉପରେ ଟ୍ରାଇ ଏବେ ରୋକ ଲଗାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.