Below header

ସମ୍ବଲପୁର: ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ମୃତ

ସମ୍ବଲପୁର(କେନ୍ଯୁଜ) : ସମ୍ବଲପୁର ଅଇଁଠାପାଲି ଥାନା ବରେଇପାଲି ଅଂଚଳରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ସହରର ବାରେଇପାଲି ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ରାତି ୨.୩୦ ରେ ହୋଇଛି। ଯୁବକ ମାନଙ୍କର ଏପର୍ଯ୍ୟନ୍ତ ପରିଚୟ ଜଣାପଡିନାହିଁ। ଏହି ଯୁବକ ମାନେ ସମସ୍ତେ ହୀରାକୁଦ ଅଞ୍ଚଳର ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଏମାନେ ସମସ୍ତେ ବିଳମ୍ବିତ ରାତ୍ରିରେ ସମ୍ବଲପୁରରୁ ବୁର୍ଲା ପଟକୁ ଦୁଇଟି ବାଇକରେ ଯାଉଥିଲେ | ଦୁଇଟି ବାଇକ ଲାଗି ଲାଗି ଯାଉଥିବାରୁ ଭାରସାମ୍ଯ ହରାଇ ତଳେ ପଡି ଯାଇଥିଲେ। ପଛ ପଟୁ ଆସୁଥିବା ଏକ ମାଲବାହୀ ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା | ସ୍ଥାନୀୟ କିଛି ଲୋକ ଦୁର୍ଘଟଣାର ଖବର ପାଇ ପୋଲିସକୁ ଜଣାଇଥିଲେ । ପୋଲିସ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବୁର୍ଲାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା | ହେଲେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ। ଜଣେ ଗୁରୁତର ହୋଇ ଏବେବି ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.