‘୧୦୦ ମିଲିୟନ’ କ୍ଲବରେ ସାମିଲ ହେଲେ ବିରାଟ କୋହଲି, ଶେୟାର କଲେ ଏହି ଖାସ୍‌ VIDEO

ଭାରତୀୟ କ୍ୟାପଟେନ୍‌ ବିରାଟ କୋହଲି ନିକଟରେ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି। ଏଥର କ୍ରିକେଟ ପିଚ୍‌ଠୁ ଦୂରେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ୧୦୦ ମିଲିୟନ(୧୦ କୋଟି) ଫଲୋୟର୍ସ ଛୁଇଁବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ଏପରି କି, ଏହି ସଫଳତା ହାସଲ କରିବାରେ ବି ସେ ପ୍ରଥମ ଏସିଆନ୍‌ ହୋଇପାରିଛନ୍ତି।

ଏଭଳି ମଉକାରେ କୋହଲି ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ କ୍ଲିପ୍‌ ଶେୟାର କରିଛନ୍ତି। ଏହା ମାଧ୍ୟମରେ ସେ ଇନ୍‌ଷ୍ଟାଗ୍ରାମରେ ଏ ପର୍ଯ୍ୟନ୍ତର ଯାତ୍ରାକୁ ମନେ ପକାଇଛନ୍ତି। ସେ ନିଜ ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ବି ଜଣାଇଛନ୍ତି। କୋହଲି କ୍ୟାପସନରେ ଲେଖିଛନ୍ତି, ‘ଆପଣ ସମସ୍ତେ ଏହି ଯାତ୍ରାକୁ ସୁନ୍ଦର ବନାଇଛନ୍ତି। ମୁଁ ବହୁତ ଖୁସି ଅନୁଭବ କରୁଛି। ଏତେ ଭଲ ପାଇବା ଦେବା ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ଧନ୍ୟବାଦ ୧୦୦ ମିଲିୟନ’।

କୋହଲି ଏହି ଭିଡିଓକୁ ନିଜ ସ୍ମୃତିଭରା ଫଟୋଗୁଡ଼ିକରେ ସଜାଇଛନ୍ତି। ତାଙ୍କ ନାଁରେ ଟେଷ୍ଟ କ୍ରିକେଟରେ ୨୭ ଏବଂ ଓ୍ଵାନ୍‌ ଡେ ଇଣ୍ଟରନ୍ୟାଶନାଲରେ ୪୩ ଶତକ ରହିଛି। ବର୍ତ୍ତମାନ କୋହଲି ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ମ୍ୟାଚ୍‌ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।

 

View this post on Instagram

 

A post shared by Virat Kohli (@virat.kohli)