ଚଳନ୍ତା କାର୍ର ଡୋର୍କୁ ଧରି ପୁଶ୍ଅପ୍ ମାରୁଥିଲେ ପାକିସ୍ତାନୀ ଯୁବକ, ଏବେ ଗଲେ ଜେଲ୍; ଭିଡିଓ ଭାଇରାଲ
ଚଳନ୍ତା କାର୍ରେ ପୁଶ୍ଅପ୍ ମାରିଲେ ବ୍ୟକ୍ତି। ବିଶ୍ୱାସ ଲାଗୁନଥିଲେ ବି ଘଟଣାଟି ସମ୍ପୂର୍ଣ୍ଣ ସତ। କିନ୍ତୁ ଏଭଳି ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ କିଛି କମ୍ ହଟହଟା ହେବାକୁ ପଡ଼ିନି। ଚଳନ୍ତା କାରରେ ପୁଶ୍ଅପ୍ ମାରି ବନ୍ଧା ବି ହୋଇଛନ୍ତି। ଏଭଳି ଘଟଣା ଘଟିଛି ପାକିସ୍ତାନରେ। ଏଠାରେ ଜଣେ ବ୍ୟକ୍ତି ଚଳନ୍ତା କାରରେ ପୁଶ୍ଅପ୍ ମାରି ଷ୍ଟାଇଲ୍ ମାରୁଥିଲେ। ପୁଶ୍ଅପ୍ ମାରୁଥିବା ବେଳର ଭିଡିଓ ମଧ୍ୟ ତିଆରି କରି ସୋସିଆଲ ମିଡିଆରେ ସେୟାର କରିଥିଲେ। କିନ୍ତୁ ପୋଲିସର ନଜର ଏହି ଭିଡିଓ ଉପରେ ପଡ଼ିଲା ପରେ ପୋଲିସ ତୁରନ୍ତ ତାଙ୍କୁ ଗିରଫ କରି ନେଇଛି।
ଦେଖନ୍ତୁ ଭିଡିଓ:
No one literally no one could beat the craziness of #Pakistanis #Daredevil from #Mardan, now arrested by @kpkpolice091 for this outrageous behavior. pic.twitter.com/YrssvMo7wL
— Sabeeh Fasihi (@sabeehfasihi) February 24, 2021
ପୁଶ୍ଅପ୍ ମାରୁଥିବା ବ୍ୟକ୍ତି ହେଉଛନ୍ତି ପାକିସ୍ତାନ ମରଦାନ ଜିଲ୍ଲାର ଲଡ୍ଡୁ ଖାନ୍। ପୋଲିସ କହିଛି ଯେ ଲଡ୍ଡୁ ଶୁକ୍ରବାର ଏକ ଚଳନ୍ତା କାର ଉପରେ ଡୋର୍କୁ ଧରି ପୁଶ୍ଅପ୍ ମାରୁଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ପୋଲିସ ଲଡ୍ଡୁଙ୍କୁ ଗିରଫ କରିଛି। କେବଳ ଏତିକି ନୁହେଁ, ତାଙ୍କ କାର୍ ମଧ୍ୟ ଜବତ କରିଛି।
ଲଡ୍ଡୁଙ୍କର ଏହି ଭିଡିଓକୁ ଟ୍ଵିଟରରେ ସବିହ ଫାସିହି ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ତେବେ ଏହି ମାମଲାରେ ପୋଲିସ କହିଛି ଯେ କୌଣସି ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଆଉ ବର୍ତ୍ତିପାରିବେନି। ଏବେ ସମସ୍ତଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଲଡ୍ଡୁ ଖାନ୍ କାହିଁକି ଏଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିଲେ, ତାହା ଏବେ ଯାଏଁ ଜଣାପଡ଼ିନାହିଁ।