ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ବୁଡ଼ିଲା ଡଙ୍ଗା, ୮ ଉଦ୍ଧାର ଓ ୩ ନିଖୋଜ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ବୁଡ଼ିଲା ଡଙ୍ଗା। ଓରାପଦର ରୁ ବାକୁଲିକୁ ୧୧ ଜଣ ଯିବାବେଳେ ଡଙ୍ଗା ଭାରସାମ୍ୟ ହରାଇ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବୁଡ଼ିଲା। ଏହି ଘଟଣାରେ ୩ ଜଣ ଏବେବି ନିଖୋଜ ଅଛନ୍ତି । ଅନ୍ୟ ୮ ଜଣଙ୍କୁ  ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଛି।

ଦେଶୀ ଡଙ୍ଗା ସାହାଯ୍ୟରେ ଯାତ୍ରା କରୁଥିଲେ ଦାମଦରବେଡା ଗାଁର ୧୧ ଜଣ ଯାତ୍ରୀ । ହଠାତ ଡଙ୍ଗାଟି  ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଯାହା ଫଳରେ  ୮ ଜଣ ପହଁରି ପହଁରି ବକୁଳି ନଦୀ ଘାଟରେ ପହଞ୍ଚି ଥିବା ବେଳେ ୩  ଜଣ ନିଖୋଜ ଥିବା ସୂଚନା ମିଳିଛି । ନିଖୋଜଙ୍କ ମଧ୍ୟରେ ଗୋଟିଏ ପରିବାର ଅଜା,ଝିଅ ଓ ନାତି ଥିବା ସୂଚନା ମିଳିଛି।  ତିନି ଜଣ ନିଖୋଜ ହେଲେ ଗୋପାଳ ମୁଦୁଲି,ତାଙ୍କ ଝିଅ ଯବନା ମୁଦୁଲି (ମା) ଯବାନଙ୍କର ତିନି ବର୍ଷର ପୁଅ ନିଖୋଜ ଅଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.