ମୟୁରଭଞ୍ଜ ଓ କେନ୍ଦୁଝରରେ ବଜ୍ରପାତ ନେଲା ୫ ଜୀବନ, ଖୁଣ୍ଟା ଥାନା ବଡ଼ପଥରା ଗାଁରେ ମାଛ ମାରିବାକୁ ଯାଇ ୩ ଯୁବକ ମୃତ

ବାରିପଦା (କେନ୍ୟୁଜ) : ବଜ୍ରପାତରେ ୩ଯୁବକ ମୃତ। ମୟୂରଭଞ୍ଜର ଖୁଣ୍ଟା ଥାନା ବଡ଼ପଥରା ଗାଁରେ ଘଟିଛି ଏଭଳି ଅଘଟଣ। ଗାଁର ତିନିଜଣ ଯୁବକ ମାଛ ଧରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ମୃତକମାନେ ବଡ଼ ପଥରା ଗାଁର କୌଶିକ ମହାନ୍ତ, ଦିବ୍ୟଶଙ୍କର ମହାନ୍ତ ଓ ଯାମିନୀକାନ୍ତ ମହାନ୍ତ ବୋଲି ଜଣାପଡ଼ିଛି।କେନ୍ଦୁଝରରେ କାଳବୈଶାଖୀର ତାଣ୍ଡବ।

କେନ୍ଦୁଝର : ଝୁମ୍ପୁରା ବ୍ଲକରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେହିପରି ବଜ୍ରପାତରେ ଦୁଇଜଣ ପ୍ରାଣ ହରାଇବା ସହ ଜଣେ ଗୁରୁତର ହୋଇଛନ୍ତି। ମୃତକମାନେ ସରୁପତଲା ଗାଁର ରାନ୍ଧୁ ମୁଣ୍ଡା ଓ ବଳଭଦ୍ରପୁର ଗାଁର ଉର୍ମିଳା ମୋଦି। ଗୁରୁତର ଜଣଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାଳବୈଶାଖୀ ପ୍ରଭାବରେ ଅନେକ ଚାଳଛପର ଉଡିଯିବା ସହ ମାଟି କାନ୍ଥ ଭାଙ୍ଗି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.