Below header

COVID-19: ଦିଲ୍ଲୀ ପୋଲିସ ପାଇଁ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତ କରୁଛନ୍ତି ତିହାର ଜେଲର କଏଦୀ, ଏ ପର୍ଯ୍ୟନ୍ତ 1000ରୁ ଅଧିକ ଲିଟର ପ୍ରସ୍ତୁତ କରିସାରିଲେଣି

ଦିଲ୍ଲୀ ତିହାର ଜେଲର କଏଦୀମାନେ କରୋନା ଯୁଦ୍ଧରେ ଜିତିବା ପାଇଁ ନିଜର ସମ୍ପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ବାହାରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ସେମାନେ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତ କରୁଛନ୍ତି। ଏ ପର୍ଯ୍ୟନ୍ତ କଏଦୀମାନେ 1000ରୁ ଅଧିକ ଲିଟର ସାନିଟାଇଜର ପ୍ରସ୍ତୁତ କରିସାରିଲେଣି।

ty

ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘କରୋନା ଲଢ଼େଇ ଜିତିବା ପାଇଁ ପୋଲିସ ବାହାରେ କାମ କରୁଛି। ସମସ୍ତ ପୋଲିସ କର୍ମଚାରୀଙ୍କୁ ଅଧିକ ସଂଖ୍ୟାରେ ମାସ୍କ ଏବଂ ସାନିଟାଇଜର ଆବଶ୍ୟକତା ଅଛି। ଏଭଳି ସ୍ଥିତିରେ ପୋଲିସକୁ କଣ୍ଟେନମେଣ୍ଟ ଜୋନରେ ଲୋକଙ୍କ ସହ ଡିଲ କରିବା, ଲୋକଙ୍କୁ ସୋସିଆଲ ଡିସଷ୍ଟାନସିଂରେ ରଖିବା, ଚେକିଂଠାରୁ ଆରମ୍ଭ କରି ଭୋକିଲାଙ୍କୁ ଖାଦ୍ୟପେୟ ଦେବା ଯାଏ, ସମସ୍ତ କାମ କରିବାକୁ ପଡୁଛି’। ସେ ଆହୁରି କହିଥିଲେ ଯେ ‘ମାସ୍କର ଆବଶ୍ୟକତା ପୂରଣ ହୋଇଯାଉଛି, କିନ୍ତୁ ହ୍ୟାଣ୍ଡ ସାନିଟାଇଜର ଡିମାଣ୍ଡ ବଢୁଛି’।

i

ସେପଟେ ଦିଲ୍ଲୀ ଡିସିପି (Licensing and Welfare) ଆସିଫ ମହମ୍ମଦ ଅଲ୍ଲୀ କହିଛନ୍ତି, ‘ଆମେ ଜେଲ ଅଥରିଟୀଙ୍କୁ ଯୋଗାଯୋଗ କରିଥିଲୁ। ତିହାର ଜେଲର କଏଦୀମାନେ ଆରମ୍ଭରୁ ହିଁ ସାନିଟାଇଜର ପ୍ରସ୍ତୁତ କରିଆସୁଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ସେମାନେ ଜେଲ ଭିତରେ ହିଁ ଆବଶ୍ୟକତାକୁ ପୂରଣ କରିବା ପାଇଁ ସାନିଟାଇଜର ପ୍ରସ୍ତୁତ କରୁଥିଲେ। ସରକାରୀ ନିତି ନିୟମ ଏବଂ ଅଧିକୃତ କମ୍ପୋଜିସନ ଆଧାରରେ ସେମାନେ ଏହାକୁ ପ୍ରସ୍ତୁତ କରୁଛନ୍ତି। ଆମେ ପରିବାର କଲ୍ୟାଣ ସମାଜ ଫଣ୍ଡରୁ କଏଦୀମାନଙ୍କୁ କଞ୍ଚାମାଲ ସପ୍ଲାଇ କରୁଛୁ। ସେମାନେ ଆମ ପାଇଁ ସାନିଟାଇଜର ପ୍ରସ୍ତୁତ କରି ଆମକୁ ସାହାଯ୍ୟ କରିବେ। ସାନିଟାଇଜର ବୋତଲ ଉପରେ PFWSର ଲୋଗୋ ଲଗାଯାଇଥିବ ଏବଂ ଲେଖା ହୋଇଥିବ- ଏହା ବିଶେଷ ଲାଇସେନ୍ସ ଆଧାରରେ ତିହାର ଜେଲରେ ପ୍ରସ୍ତୁତ ହୋଇଛି। ଆମେ ଆମ ଷ୍ଟାଫମାନଙ୍କୁ 200 ମିଲିଲିଟର ସାନିଟାଇଜର ବୋତଲ ବିତରଣ କରିବୁ। ଏହା ଇତିହାସରେ ପ୍ରଥମ ଥର ହେଉଛି, ଯେଉଁଠି ଦିଲ୍ଲୀ ପୋଲିସକୁ ତିହାର ଜେଲର କଏଦୀମାନେ ସାହାଯ୍ୟ କରୁଛନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.