ବଲାଙ୍ଗୀର ସହରରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ: ଉଭୟ ଗୋଷ୍ଠୀର ୩ ଗୁରୁତର

କନ୍ଧପାଲିପଡାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି । ଉଭୟ ଗୋଷ୍ଠୀ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ।ଉଭୟ ଗୋଷ୍ଠୀର ତିନି ଜଣ ଗୁରୁତର ଭାବେ ଆହାତ ହୋଇ ବଲାଙ୍ଗୀର  ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗୀର ସହରର କନ୍ଧପାଲିପଡାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି । ଉଭୟ ଗୋଷ୍ଠୀ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ।ଉଭୟ ଗୋଷ୍ଠୀର ତିନି ଜଣ ଗୁରୁତର ଭାବେ ଆହାତ ହୋଇ ବଲାଙ୍ଗୀର  ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୁଣ୍ଡରେ ଓ ହାତରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି।  ଗୁରୁତର ମାନେ ହେଲେ କନ୍ଧପାଲିପଡାର ପ୍ରେମ ସାହୁ , ତାଲପାଳିପଡାର ବବୁଲୁ ନନ୍ଦ ଓ ବରପାଲିପଡାର ରାଜୀବ ପଣ୍ଡା ।

ଆଜି ସନ୍ଧ୍ୟା ସମୟରେ ବବୁଲୁ ନନ୍ଦ, ରାଜୀବ ପଣ୍ଡା ଓ ଅନ୍ୟ କିଛି ଯୁବକ କନ୍ଧପାଲିପଡା ଦେଇ ଯାଉଥିବା ବେଳେ ପ୍ରେମ ସାହୁ ଓ ତାଙ୍କର ଗୋଷ୍ଠୀ ସେମାନଙ୍କୁ ଅଟକାଇ ପୂର୍ବ ଶତୃତାକୁ ନେଇ ଝଗଡା ହୋଇଥିଲେ ।  ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମ ସାହୁ ଧରିଥିବା ଏକ ଟାଙ୍ଗୀଆରେ ବବୁଲୁ ଓ ରାଜୀବକୁ ଆକ୍ରମଣ କରିଥିଲେ ।  ବବୁଲୁ ତାଙ୍କ ଗୋଷ୍ଠୀ ପ୍ରେମ ଠାରୁ ଟାଙ୍ଗୀଆ ଛଡାଇ ପାଲଟା ପ୍ରେମକୁ ଆକ୍ରମଣ କରିଥିଲେ।  ଉଭୟ ଗୋଷ୍ଠୀର ତିନି ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ପ୍ରେମ ସାହୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ରେଫର୍ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.