Below header

ଗଞ୍ଜାମ: ଦିିଗପହଣ୍ଡି ଥାନା ବି.ତୁରୁବୁଡ଼ି ଗାଁରେ ଅଭାବନୀୟ ଘଟଣା, ଗୋଟିଏ ପରିବାରର ତିନି ଭଉଣୀଙ୍କ ମୃତ୍ୟୁ

ଗଞ୍ଜାମ(କେନ୍ୟୁଜ୍):ଗଞ୍ଜାମ ଜିଲ୍ଲା ଦିିଗପହଣ୍ଡି ଥାନା ବି.ତୁରୁବୁଡ଼ି ଗାଁରେ ଅଭାବନୀୟ ଘଟଣା । ଗୋଟିଏ ପରିବାରର ତିନି ଭଉଣୀଙ୍କ ମୃତ୍ୟୁ । ମୃତ ୩ ଭଉଣୀ ହେଲେ ଟିକିନା, ସୋମା ଓ ବର୍ଷା ରେଡ୍ଡୀ । ଘଟଣାଟି ଗତ ୨୫ ତାରିଖରେ ଘଟିଥିଲା । ତେବେ ଗତ କାଲି ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ତିନି ଭଉଣୀ ନିଜ ଆଇଙ୍କ ସହ ଗୋଟିଏ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ହଠାତ୍‌ ସମସ୍ତଙ୍କର ବାନ୍ତି ହୋଇଥିଲା । ଏହା ପରେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତିନି ଭଉଣୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଇ ଏବେ ଚିକିତ୍ସିତ ହେଉଛନ୍ତି । ଶୋଇବା ଘରେ ଥିବା ଚାଉଳ ବସ୍ତାରେ କୀଟନାଶକ ପକାଯାଇଥିଲା । ତେଣୁ ଏହି କୀଟନାଶକ ଗ୍ୟାସରେ ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.