ବ୍ୟାକ ଟୁ ବ୍ୟାକ ଫ୍ଲପ ଫିଲ୍ମ ଦେବାପରେ ମଧ୍ୟ ମିଳିଯାଉଛି କାମ, ବର୍ତ୍ତମାନ ଏହି ଅଭିନେତ୍ରୀଙ୍କ ସହ ପରଦାରେ ଆସିବେ ଅର୍ଜୁନ କପୁର

ଷ୍ଟାରକିଡ ମାନେ ବଲିଉଡରେ ଏଣ୍ଟ୍ରି ଅତି ସହଜରେ ପାଇଯାଆନ୍ତି ସତ କିନ୍ତୁ ଦର୍ଶକଙ୍କ ହୃଦୟରେ ଅତି ସହଜରେ ସ୍ଥାନ ପାଇଯିବା କିଛି କମ କଥାନୁହେଁ । କାରଣ ବଲିଉଡରେ ଏଣ୍ଟ୍ରି କରିବା ପରେ କ୍ୟାରିଅର ନିଜ ଦମରେ ହିଁ ତିଆରି କରିବାକୁ ପଡିଥାଏ । ଏସବୁ କହିବାର ଅର୍ଥ ହେଲା ଷ୍ଟାର କିଡ ମାନେ ବଲିଉଡକୁ ଆସିବା ପରେ କିଛି ଦର୍ଶକଙ୍କ ମନ କିଣିନେବା ବେଳେ ଆଉ କିଛି ଏପର୍ଯ୍ୟନ୍ତ ଦର୍ଶକଙ୍କ ହୃଦୟରେ ସ୍ଥାନଟିଏ ମଧ୍ୟ ବନାଇ ପାରିନାହାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅର୍ଜୁନ କପୁର । ଯଦି ଏପର୍ଯ୍ୟନ୍ତ ତାଙ୍କୁ କେହି ବଲିଉଡ ଜଗତରେ ଧରି ରଖିଛି ତାହେଲେ ତାହା ହେଉଛି ଚଳଚ୍ଚିତ୍ର “ଟୁ ଷ୍ଟେଟ୍ସ” । ଏହାପରେ ସେ ତେୱର, ଗୁଣ୍ଡେ, ମୁବାରକା, ନମସ୍ତେ ଇଂଲଣ୍ଡ ଓ ଇଣ୍ଡିଆଯ ମୋଷ୍ଟ ୱାଣ୍ଟେଡ ଭଳି ବ୍ୟାଙ୍କ ଟୁ ବ୍ୟାଙ୍କ ଫ୍ଲପ ଫିଲ୍ମ ଦେଇ ଆସୁଛନ୍ତି

ତେବେ ଏସବୁ ପରେ ମଧ୍ୟ ଅର୍ଜୁନଙ୍କ ପାଖରେ କାମର ଅଭାବ ନାହିଁ । ବର୍ତ୍ତମାନ ସେ ନିଜର ୧୪ ତମ ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମକୁ ପ୍ରଡ୍ୟୁସ କରୁଛନ୍ତି ଭୂଷଣ କୁମାର, ଜନ ଆବ୍ରାହମ ଏବଂ ମନୀଷା ଆଡଭାନୀ । ଏହି ଫିଲ୍ମରେ ଅର୍ଜୁନ ରକୁଲ ପ୍ରୀତ ସିଂଙ୍କ ସହ ଦେଖିବାକୁ ମିଳିବେ । ନିକଟରେ ଅର୍ଜୁନ କପୁର ରକୁଲଙ୍କ ସହ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିବା ସହ ଲେଖିଛନ୍ତି ‘ପିକ୍ଚର ଷ୍ଟାର୍ଟ…ବାକି ସୂଚନା ଅତିଶୀଘ୍ର ଅପଲୋଡ଼ କରାଯିବ’ ।

ସୂଚନା ଅନୁଯାୟୀ ଏହି ଫିଲ୍ମର ସୁଟିଂ ପଞ୍ଜାବ ଏବଂ ଲସ ଆଞ୍ଜେଲସରେ ହେବ । ଯଦିଓ ଏପର୍ଯ୍ୟନ୍ତ ଫିଲ୍ମର ଟାଇଟିଲ ଫାଇନାଲ ହୋଇପାରିନାହିଁ କିନ୍ତୁ ଭୂଷଣ କୁମାର ଏହାକୁ ଫ୍ୟାମିଲି-ଡ୍ରାମା କମେଡି ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛନ୍ତି । ତେବେ ଏହି ଫିଲ୍ମ ଫ୍ରାନ୍ସ ବର୍ଡ଼ର ରୋମାନ୍ସ ଉପରେ ଆଧାରିତ ବୋଲି କୁହାଯାଉଛି । ନିକଟରେ ଅର୍ଜୁନ କପୁରଙ୍କର ‘ପାନିପତ’ ରିଲିଜ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.