Below header

ଆରମ୍ଭ ହେଲା ସଞ୍ଜୟଲୀଲା ଭଂସାଲୀଙ୍କ ଗଙ୍ଗୁବାଈ କାଠିୟାବାଡ଼ିର ସୁଟିଂ, ଫଟୋ ସେୟାର କରି ଆଲିଆ କହିଲେ ଏମିତି

ଅଭିନେତ୍ରୀ ଆଲିଆ ଭଟ୍ଟ କିଛିଦିନ ହେବ ନିଜ ଆଗାମୀ ଫିଲ୍ମକୁ ନେଇ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ସେ ସଞ୍ଜୟଲୀଲା ଭଂସାଲୀଙ୍କ ଫିଲ୍ମ ଗଙ୍ଗୁବାଇ କାଠିୟାବାଡ଼ିର ସୁଟିଂ କରୁଛନ୍ତି। ଏହି ଫିଲ୍ମ ମାଧ୍ୟମରେ ଆଲିଆ ପ୍ରଥମ ଥର ପାଇଁ ସଞ୍ଜୟଙ୍କ ନିର୍ଦ୍ଦେଶନାରେ କାମ କରିବେ। ଏନେଇ ନିଜେ ଆଲିଆ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

 

View this post on Instagram

 

Look what Santa gave me this year 📽❤️

A post shared by Alia ☀️ (@aliaabhatt) on

ଆଲିଆ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଏକ ଭ୍ୟାନିଟିର ଡୋର୍‌ ଦେଖିବାକୁ ମିଳିଛି। ସେଥିରେ ଗଙ୍ଗୁବାଈ ଲେଖାଯାଇଛି। ଫଟୋକୁ ସେୟାର କରିବା ଅବସରରେ ଆଲିଆ ଲେଖିଛନ୍ତି ‘‘ଦେଖନ୍ତୁ ଏବର୍ଷ ମୋତେ ସାଣ୍ଟା କ’ଣ ଦେଇଛନ୍ତି’’।

କେବଳ ଏତିକି ନୁହେଁ ଏହି କଥାର ସୂଚନା ନିର୍ଦ୍ଦେଶକ ସଞ୍ଜୟଲୀଲା ଭଂସାଲୀ ମଧ୍ୟ ଭଂସାଲୀ ପ୍ରଡକ୍ସନ୍‌ ଆକାଉଣ୍ଟରେ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରଥମ ଥର ପାଇଁ ଆଲିଆ ସଞ୍ଜୟଲୀଲା ଭଂସାଲୀଙ୍କ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ଆସନ୍ତାବର୍ଷ ସେପ୍ଟେମ୍ବର ୧୧ ତାରିଖରେ ଏହି ଫିଲ୍ମ ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.