ରାଗରେ ହଜାରେ ଫୁଟ୍‌ ଉଚ୍ଚତାରୁ ୨ କୋଟି ଟଙ୍କାର କାର୍‌ ଫିଙ୍ଗିଲେ ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ

ବିରକ୍ତ ହୋଇ ଜଣେ ବ୍ୟକ୍ତି ନିଜ କୋଟିଏ ଟଙ୍କାର ଗାଡ଼ିକୁ ଫୋପାଡ଼ିଦେଇଥିବା ଦେଖିବାକୁ ମିଳିଛି। ମର୍ସିଡିଜ୍‌ ଏସ୍‌ୟୁଭିରେ କିଛି ଟେକ୍ନିକାଲ ତ୍ରୁଟିରେ ଅତିଷ୍ଠ ହୋଇ ଜଣେ ବ୍ୟକ୍ତି ଏକ ହଜାର ଫୁଟ୍‌ ଉପରୁ ନିଜ କାରକୁ ଫିଙ୍ଗିଦେଇଛନ୍ତି। ଏହି କାର୍‌ର ଦାମ୍‌ ପ୍ରାୟ ୨କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଇଗୋର ମୋରୋଜ ନାମକ ଏହି ବ୍ୟକ୍ତି ପ୍ରଥମେ କାର୍‌କୁ ହେଲିକପ୍ଟରରେ ଉପରକୁ ଲିଫ୍ଟ କଲେ ପରେ ଏହାକୁ ତଳକୁ ଫୋପାଡ଼ିଦେଇଥିଲେ। ସେ ଏହି ଘଟଣାର ଏକ ୭ ମିନିଟ୍‌ର ଭିଡିଓ ମଧ୍ୟ ତିଆରି କରିଥିଲେ। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Video Courtesy: Мороз Игорь

ଏନେଇ ମୋରୋଜ କହିଛନ୍ତି ତାଙ୍କ ମର୍ସିଡିଜ୍‌ କାର୍‌ ବାରମ୍ବାର ଖରାପ ହେଉଥିଲା। ଏଣୁ ସେ ତାହାକୁ ଗ୍ୟାରେଜ୍‌ରେ ଦେଉଥିଲେ। କିଣିବା ପରଠାରୁ ସେ କାରକୁ କମ୍‌ ଚଲାଇଥିବା ବେଳେ ଅଧିକ ଦିନ ଗ୍ୟାରେଜରେ ସଜାଡ଼ିବାକୁ ଦେଇଥିଲେ। ଗାଡ଼ିର ଓ୍ଵାରେଣ୍ଟି ଥିଲେ ମଧ୍ୟ ସଜାଡ଼ିବାକୁ ତାଙ୍କୁ ମୋଟାଅଙ୍କର ଟଙ୍କା ଦେବାକୁ ପଡ଼ିଥିଲା। ଏଣୁ ବିରକ୍ତ ହୋଇ ସେ ଏଭଳି କାରକୁ ଫିଙ୍ଗିଥିବା କହିଛନ୍ତି।

ତେବେ ଏନେଇ କାର୍‌ କମ୍ପାନୀ କହିଛି ଯେ କାର୍‌ରେ କୌଣସି ତ୍ରୁଟି ନଥିଲା। ମୋରୋଜ୍‌ ନିଜ ସାଙ୍ଗମାନଙ୍କ ସହ ଏକ ଚ୍ୟାଲେଞ୍ଜ ମାରି ଏଭଳି କାର୍‌କୁ ଫିଙ୍ଗିଥିଲେ। ଏନେଇ ଋଷିଆନ୍‌ ପୋଲିସ ତରଫରୁ ଯାଞ୍ଚ ଆରମ୍ଭ ହୋଇଛି। ୟୁଟ୍ୟୁବ୍‌ରେ ଭିଡିଓକୁ ପ୍ରାୟ ୫ ଲକ୍ଷ ଥର ଦେଖାଯାଇଥିଲା। ସୂଚନାଯୋଗ୍ୟ ଯେ, Igor Moroz କୁ ଗତବର୍ଷ ଅକ୍ଟୋବରରେ ଲଞ୍ଚ୍‌ କରାଯାଇଥିଲା।