ହୋଲି ନେଇଗଲା ଜୀବନ, ଢେଙ୍କାନାଳ ଛଣବୋଲୁଅ ନିକଟରେ ସଡ଼କ ଦୁର୍ଘଟଣା ଘଟି ଚାଲିଗଲା ୩ ଜଣଙ୍କ ପ୍ରାଣ

ଢେଙ୍କାନାଳ(କେନ୍ୟୁଜ୍): ହୋଲିରେ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଗଲା ୩ ଜଣଙ୍କ ଜୀବନ । ଢେଙ୍କାନାଳ ସଦର ଛଣବୋଲୁଅ ନିକଟରେ ସଡ଼କ ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଛନ୍ତି । ମୃତକ ତିନି ଜଣ କାଇମାଟ ଗାଁର ବ୍ରହ୍ମାନନ୍ଦ ଦେହୁରୀ, ଲୋଚାପଲି ଗାଁର କୈଳାସ ଚନ୍ଦ୍ର ସାହୁ ଓ ରାମେଶ୍ୱରପୁରର ସୁବ୍ରତ ଶାସ୍ୱତ ରାଉତ । ଆଜି ଅପରାହ୍ମରେ ତିନି ଜଣ ବାଇକ୍‌ରେ କପିଳାସ ଆଡୁ ଢେଙ୍କାନାଳ ଆସୁଥିବା ବେଳେ ଛଣବୋଲଅ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.