ପୁଣି ଦ୍ବାରଶୁଣି ଘାଟିରେ ଦୁର୍ଘଟଣା, ୩୦ ଆହତ

ପୁଣି ଦ୍ବାରଶୁଣି ଘାଟିରେ ଦୁର୍ଘଟଣା, ୩୦ ଆହତ। ଭାରସାମ୍ୟ ହରାଇ ପଥରରେ ପିଟି ହୋଇଗଲା ବସ୍। ଦୁର୍ଘଟଣାରେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି।

ବାଙ୍ଗିରପୋଷି : ପୁଣି ଦ୍ବାରଶୁଣି ଘାଟିରେ ଦୁର୍ଘଟଣା, ୩୦ ଆହତ। ଭାରସାମ୍ୟ ହରାଇ ପଥରରେ ପିଟି ହୋଇଗଲା ବସ୍। ଦୁର୍ଘଟଣାରେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁୟାୟୀ, ଶ୍ରୀ ବିଷ୍ଣୁ ନାମକ ଏକ ଘରୋଇ ବସ ଯାତ୍ରୀ ମାନଙ୍କୁ ନେଇ ଇଦ ପାଳିବା ପାଇଁ ଦେବଗଡ଼ ଜିଲ୍ଲାରୁ ମୁର୍ସିଦାବାଦକୁ ଯାଉଥିବାବେଳେ ବାଙ୍ଗିରପୋଷି ଦ୍ବାରଶୁଣି ଘାଟିରେ ପଥରରେ ପିଟି ହୋଇଯାଇଥିଲା।

ଫଳରେ ଡ୍ରାଇଭର ଚାପି ହୋଇରହିଯାଇଥିବାବେଳେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ବାଙ୍ଗିରପୋଷି ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗୁରୁତରଙ୍କୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବସରେ ପ୍ରୟ ୮୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.