ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର ୩୦ ବର୍ଷ ପୂର୍ତ୍ତି, ୭୪ ଜଣ କର୍ମଚାରୀଙ୍କୁ କରାଯାଇଛି ସମ୍ବର୍ଦ୍ଧିତ

ଅନୁଗୁଳ(କେନ୍ୟୁଜ୍) : ଅନୁଗୁଳରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର ୩୦ ବର୍ଷ ପୂର୍ତ୍ତି ପାଳିତ ହୋଇଛି । ଏହି ଅବସରରେ ଆୟୋଜିତ କାର‌୍ୟ୍ୟକ୍ରମରେ କମ୍ପାନୀରେ ୨୫ ବର୍ଷରୁ ଅଧିକ କାମ କରିଥିବା ୭୪ ଜଣ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ଜେଏସ୍ପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ, ଓପି ଜିନ୍ଦଲ ଗ୍ରୁପର ଚେୟାରପର୍ସନ ସାବିତ୍ରୀ ଜିନ୍ଦଲ, ଜିନ୍ଦଲ ଝଇଡର ଅଧ୍ୟକ୍ଷ ପୃଥ୍ଵୀରାଜ ଜିନ୍ଦଲ, ଔଝଡ ଗ୍ରୁପର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ସମେତ କମ୍ପାନୀର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଜେଏସପିଏଲର ସଫଳତା ଉପରେ କହିଥିଲେ ଅଧ୍ୟକ୍ଷ ନବୀନ ଜିନ୍ଦଲ । ୩୦ ବର୍ଷ ପୂର୍ବେ ଓ.ପି.ଜିନ୍ଦଲ ଛତିଶଗଡର ରାୟଗଡରେ ଜେଏସପିଏଲର ଶୁଭାରମ୍ଭ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହ ଥିବା ସଂପର୍କ ଯୋଗୁଁ ଓଡ଼ିଶାରେ ବୃହତ ଷ୍ଟିଲ ପ୍ଲାଣ୍ଟର ସ୍ୱପ୍ନ ପୂରଣ ହୋଇଥିଲା । ଏଥିପାଇଁ ସମସ୍ତ କର୍ମଚାରୀ, ସ୍ଥାନୀୟ ବାସିନ୍ଦା, ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ୩୦ ବର୍ଷ ତଳେ ଆରମ୍ଭ ହୋଇଥିବା ପ୍ଲାଣ୍ଟ ଯୋଗୁଁ ୨୦ ହଜାରରୁ ଅଧିକ ଲୋକ ରୋଜଗାରକ୍ଷମ ହୋଇ ପାରିଛନ୍ତି ବୋଲି ନବୀନ ଜିନ୍ଦଲ କହିଛନ୍ତି । ଶେଷରେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ସାଲୁ ଜିନ୍ଦଲଙ୍କ ସମେତ ବିଭିନ୍ନ କଳାକାରଙ୍କ ଦ୍ୱାରା ଓଡ଼ିଶୀ ଓ କୁଚିପଡି ନୃତ୍ୟୁ ପରିବେଷିତ ହୋଇଥିଲା ।

Leave A Reply

Your email address will not be published.