ଅଟୋ ଡିକି ଭାଙ୍ଗି ଲୁଟିନେଲେ ୩୦ହଜାର ଟଙ୍କା

ଚୋରି, ରାହାଜାନି, ଲୁଟ୍, ଡକାୟତିକୁ ବନ୍ଦ କରିବା ପାଇଁ ପୋଲିସ୍ ଅନେକ ପ୍ରୟାସ କରୁଥିଲେ ମଧ୍ୟ ଏସବୁ ଥମିବାର ନା ଧରୁନି । ଯାହା ଗତକାଲି ଘଟିଥିବା ଏକ ଘଟଣାକୁ ଦେଖିଲେ ସ୍ପଷ୍ଟ ଭାବେ ଜଣାପଡୁଛି କି ଚୋର, ଲୁଟେରା ମାନଙ୍କର ଆଉ ଆଇନ ପ୍ରତି ସତେ ଯେମିତି କୌଣସି ଡର ଭୟ ନାହିଁ ।

ଭୁବନେଶ୍ୱର(କେନ୍ୟୁଜ) : ଚୋରି, ରାହାଜାନି, ଲୁଟ୍, ଡକାୟତିକୁ ବନ୍ଦ କରିବା ପାଇଁ ପୋଲିସ୍ ଅନେକ ପ୍ରୟାସ କରୁଥିଲେ ମଧ୍ୟ ଏସବୁ ଥମିବାର ନା ଧରୁନି । ଯାହା ଗତକାଲି ଘଟିଥିବା ଏକ ଘଟଣାକୁ ଦେଖିଲେ ସ୍ପଷ୍ଟ ଭାବେ ଜଣାପଡୁଛି କି ଚୋର, ଲୁଟେରା ମାନଙ୍କର ଆଉ ଆଇନ ପ୍ରତି ସତେ ଯେମିତି କୌଣସି ଡର ଭୟ ନାହିଁ ।

ଗତକାଲି ଘଟଣା ଉପରେ ଟିକେ ନଜର ପକାଇବା, ସମୟ ପ୍ରାୟ ୧୧ଟା ରୁ ସାଢେ ଏଗାର ହେବ । ଭରତପୁର ଅଂଚଳର ଜଣେ ଯୁବକ ନିଜ ଅଟୋ ଯୋଗେ ନୟାପଲ୍ଲୀ ଅଞ୍ଚଳକୁ ଆସିଥିଲେ । ଯୁବକ ଜଣଙ୍କର ନାମ ହେଉଛି ରବୀନ୍ଦ୍ର ଲେଙ୍କା । ଯିଏ ନିଜ ପରିବାର ସହିତ ଭରତପୁର ଅଞ୍ଚଳରେ ହିଁ ରହୁଛନ୍ତି । ଘରୁ ଯେତେବେଳେ ବାହାରିଥିଲେ ୩୦ହଜାର ଟଙ୍କା ନେଇ ବାହାରିଥିଲେ । ଶୁଣିବାକୁ ମିଳିଛି କି ନିଜ ଗାଡିର କିସ୍ତି ଟଙ୍କା ପଇଠ କରିବାକୁ ଏହି ଟଙ୍କା ଆଣିଥିଲେ । ତେବେ କୌଣସି କାରଣ ପାଇଁ ସେ ସୁନା ବନ୍ଧକ ରଖିବା ପାଇଁ ଏକ ବ୍ୟାଙ୍କକୁ ଆସିଥିଲେ ।

ତେବେ ନିଜର ଅଟୋଟିକୁ ବ୍ୟାଙ୍କ ବାହାରେ ରଖି ସେ ଭିତରକୁ ଗଲେ । ବ୍ୟାଙ୍କ ଭିତରକୁ ଯେତେବେଳେ ଯାଆନ୍ତି ତ ସେତେବେଳେ ଲକ୍ଷ୍ୟ କରିଥିଲେ କି ବାହାରେ ସିସିଟିଭି ଲାଗିଛି ଆଉ ସିକ୍ୟୁରିଟି ଗାର୍ଡ ମଧ୍ୟ ରହିଛି । ତେଣୁ ବ୍ୟାଙ୍କ ଭିତରରେ ସେ ନିର୍ଭୟରେ ରହିଲେ । ପ୍ରାୟ ଏକ ଘଣ୍ଟା ବ୍ୟାଙ୍କ ଭିତରେ ରହି କାମ ସାରି ବାହାରକୁ ଆସି ଦେଖାନ୍ତି ତ ରବିନ୍ଦ୍ରଙ୍କ ନଜର ପ୍ରଥମେ ପଡିଲା ଅଟୋର ଭଙ୍ଗା ଯାଇଥିବା କିଛି ଅଂଶ ଉପରେ ।

ଫାୟାର ସେଫଟି ସିଲିଣ୍ଡର ରହୁଥିବା ସ୍ଥାନଟି ଭଙ୍ଗା ହୋଇଛି । ଧୀରେ ଧୀରେ ନଜର ପଡିଲା ଡ଼ିକି ଉପରେ । ହେଲେ ସେତେବେଳକୁ ଡ଼ିକିରେ ରଖା ହୋଇଥିବା ତିରିଶି ହଜାର ଟଙ୍କା ଆଉ ନଥିଲା । ଦିନ ବେଳେ ଏଭଳି ଘଟିବ କେବେ ଘଟିବ ବୋଲି ସେ କେବେବି ବିଶ୍ୱାସ କରି ନଥିଲେ । କାରଣ ଆଗରୁ ଏମିତି ଅନେକ ଥର ଆସିଛନ୍ତି କେବେବି ଏଭଳି ଘଟଣା ତାଙ୍କ ସହିତ ଘଟିନଥିବା କଥା ସେ କହିଛନ୍ତି ।

ତେବେ ରବୀନ୍ଦ୍ର ତୁରନ୍ତ ଯାଇ ନୟାପଲ୍ଲୀ ଥାନାରେ ଏନେଇ ଅଭିଯୋଗ କରିଥିଲେ । ରବୀନ୍ଦ୍ରଙ୍କ ଅଭିଯୋଗକୁ ଆଧାର କରି ପୋଲିସ୍ ଛାନ ଭିନ୍ କରିବା ଆରମ୍ଭ କରିଛି ସତ । ତେବେ ସେହି ସିସିଟିଭି ହିଁ କହିବ ରବୀନ୍ଦ୍ର ଲେଙ୍କା କେତେ ସତ କହୁଛନ୍ତି । ଯଦି ଚୋରି ସତ ହୋଇଥାଏ ତେବେ କେବେ ସେ ଚୋର ଧରା ହେବ ଏବଂ ରବୀନ୍ଦ୍ର ଲେଙ୍କାଙ୍କୁ ନ୍ୟାୟ ମିଳିବ ତାକୁ ହିଁ ଅପେକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.