ଇଦ୍‌ ରେ ଅଘଟଣ: ସିନ୍ଧୁ ନଦୀରେ ଓଲଟିଲା ଡଙ୍ଗା, ୧୧ ଉଦ୍ଧାର ; ୪ ନିଖୋଜ

ପାକିସ୍ତାନର ଖେବର ପଖତୁନଖ୍ଵା ପ୍ରଦେଶରେ ସିନ୍ଧୁ ନଦୀରେ ଏକ ଡଙ୍ଗା ବୁଡ଼ିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଛି । ଉଦ୍ଧାର କାର୍ଯ୍ୟ ସହ ଜଡିତ ଅଧିକାରୀ କହିଛନ୍ତି ଯେ ନୋଶେରା ଜିଲ୍ଲାର କୁଣ୍ଡ ପାର୍କ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ଯେଉଁଠାରେ ଇଦ୍ ପାଳନ ପାଇଁ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ ।

ଇଦ୍‌ ଭଳି ଖୁସିର ମଉକାରେ ପାକିସ୍ତାନର ଖେବର ପଖତୁନଖ୍ଵା ପ୍ରଦେଶରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ସିନ୍ଧୁ ନଦୀରେ ଏକ ଡଙ୍ଗା ବୁଡ଼ିଯିବା ଯୋଗୁ ପ୍ରାୟ ୧୫ ଜଣ ଲୋକ ବୁଡ଼ି ଯାଇଥିଲେ । ଉଦ୍ଧାର କାର୍ଯ୍ୟ ସହ ଜଡିତ ଅଧିକାରୀ କହିଛନ୍ତି ଯେ ନୋଶେରା ଜିଲ୍ଲାର କୁଣ୍ଡ ପାର୍କ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ଯେଉଁଠାରେ ଇଦ୍ ପାଳନ ପାଇଁ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ ।

ଅଧିକାରୀଙ୍କ ସୂଚନା ମୁତାବକ, ସିନ୍ଧୁ ନଦୀରେ ଡଙ୍ଗା ବୁଡି ଯିବା ଦୁର୍ଘଟଣାରେ ୧୧ ଜଣଙ୍କୁ ଉଦ୍ଧାର କରିଛନ୍ତି ଏବଂ ନିଖୋଜ ଥିବା ଚାରି ଜଣଙ୍କୁ ଖୋଜା ଖୋଜି ଚାଲିଛି । ନୋଶେରା, ସ୍ୱାବି ଏବଂ ମର୍ଦାନରୁ ଉଦ୍ଧାରକାରୀ ଦଳ ସର୍ଚ୍ଚ ଅପରେସନରେ ସାମିଲା ହୋଇଛନ୍ତି । ତେବେ ଏହି ସର୍ଚ୍ଚ ଅପରେସନରେ ସେହି ଗାଡିର ଡ୍ରାଇଭରମାନେ ମଧ୍ୟ ଲୋକଙ୍କୁ ଖୋଜିବାରେ ଲାଗିଛନ୍ତି । ଏହା ବ୍ୟତୀତ ଏବେ ମଧ୍ୟ ଏହି ସର୍ଚ୍ଚ ଅପରେସନ୍‌ ଚାଲିଛି ।

ସୂଚନାଯୋଗ୍ୟ ଏହାପୂର୍ବରୁ ପାକିସ୍ତାନର ସିନ୍ଧ ଏବଂ ବେଲିଚୁସ୍ତାନ ପ୍ରଦେଶର ସୀମାନ୍ତ ସହର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା । ତୀର୍ଥଯାତ୍ରୀ ଭରପୂର ଏକ ବସ୍ ଗଭୀର ଘାଟରେ ଖସିପଡି ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ ଜଣ ଆହତ ହୋଇଥିଲେ । ତୀର୍ଥଯାତ୍ରୀମାନେ ବେଲିଚୁସ୍ତାନର ଖୁଜଦାର ଜିଲ୍ଲାର ସୁଦୂର ମୁସଲିମ ସୁଫି ଦରଗା ଶାହା ନୁରାନୀ ଅଭିମୁଖେ ଯାଉଥିଲେ । ଏହି ଘଟଣାରେ ଗୃହମନ୍ତ୍ରୀ ମୋହସିନ୍ ନକବି ସମବେଦନା ଜଣାଇଥିଲେ ।

ଗୃହ ମନ୍ତ୍ରୀ ମୋହସିନ୍ ନକବି କହିଥିଲେ ଯେ ଡ୍ରାଇଭର ଏକ ମୋଡ଼ରେ ନିୟନ୍ତ୍ରଣ ହରାଇବାରୁ ବସ୍ ଖାଲରେ ପଡ଼ିଯାଇଥିଲା । ସମସ୍ତ ଯାତ୍ରୀ ସିନ୍ଧ ପ୍ରଦେଶର ଥଟ୍ଟା ସହରର ବାସିନ୍ଦା ଥିଲେ । ମୃତ ଓ ଆହତମାନଙ୍କୁ କରାଚି ସିଭିଲ ହସ୍ପିଟାଲକୁ ନିଆଯାଇଥିଲା । ମୃତଦେହ ଚିହ୍ନଟ କରାଯାଇଥିଲା, ସେଥିମଧ୍ୟରୁ କିଛି ଗୋଟିଏ ପରିବାରର ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.