ମାଲୱେର୍ ଏବଂ ଭାଇରସ୍‌ ମଧ୍ୟରେ କଣ ରହିଛି ତଫାତ୍‌ ? ଜାଣନ୍ତୁ କିଏ ଅଧିକ କ୍ଷତି କରାଏ

ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ କଣ ଏବଂ ଏହା ଭିତରୁ କିଏ ଅଧିକ କ୍ଷତି କରାଏ । ମୋବାଇଲ୍ ଫୋନ୍ ଠାରୁ ଆରମ୍ଭ କରି ଲାପଟପ୍ ପର୍ଯ୍ୟନ୍ତ ଉଭୟ ଡିଭାଇସରେ ମାଲୱେର୍ ଏବଂ ଭାଇରସ୍ ପଶିବାର ଆଶଙ୍କା ଅଧିକ ଥାଏ ।

ମାଲୱେର୍ ଏବଂ ଭାଇରସକୁ ନେଇ ଲୋକମାନେ ବହୁତ ଚିନ୍ତା କରନ୍ତି । ଅନେକ ଲୋକ ଅଛନ୍ତି ଯେଉଁମାନେ ଏ ଦୁଇଟି ଜିନିଷକୁ ସମାନ ବୋଲି ଭାବନ୍ତି କିନ୍ତୁ ମାଲୱେର୍ ଏବଂ ଭାଇରସ ସମାନ ନୁହେଁ । ମାଲୱେର୍ ଏବଂ ଭାଇରସ୍ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ କଣ ଏବଂ ଏହା ଭିତରୁ କିଏ ଅଧିକ କ୍ଷତି କରାଏ । ମୋବାଇଲ୍ ଫୋନ୍ ଠାରୁ ଆରମ୍ଭ କରି ଲାପଟପ୍ ପର୍ଯ୍ୟନ୍ତ ଉଭୟ ଡିଭାଇସରେ ମାଲୱେର୍ ଏବଂ ଭାଇରସ୍ ପଶିବାର ଆଶଙ୍କା ଅଧିକ ଥାଏ । ଏହି କାରଣରୁ ଆପଣମାନେ ସତର୍କ ହେବା ଉଚିତ ଯେ ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ କଣ ?

ଅନେକ ଥର ଆପଣ ଶୁଣିଥିବେ ଯେ ଏକ ଭାଇରସ୍ ଆପଣଙ୍କ ଲାପଟପ୍ କିମ୍ବା ଫୋନରେ ପଶିଯାଇଛି, କିନ୍ତୁ ଆପଣ ଏହି ଭାଇରସର ମାନେ ଜାଣିଛନ୍ତି କି? ପାଞ୍ଚଟି ଅକ୍ଷରରେ ତିଆରି ହୋଇଥିବା ଏହି ଶବ୍ଦର ଅର୍ଥ ହେଉଛି ଭାଇଟାଲ ଇନଫରମେସନ ରିସୋର୍ସ ଅଣ୍ଡର ସିଜ୍‌ । ଭାଇରସ୍ ମଧ୍ୟ ଏକ ପ୍ରକାର ମାଲୱେର୍, କିନ୍ତୁ ଏହାର କାର୍ଯ୍ୟ ହେଉଛି ଏକ ଫାଇଲ୍ କିମ୍ବା ଡିଭାଇସକୁ ଇନଫେକ୍ଟ କରିବା । ଯେତେବେଳେ ଆମେ କୌଣସି ଥାର୍ଡ ପାର୍ଟି ୱେବସାଇଟରୁ କୌଣସି ଭିଡିଓ କିମ୍ବା APK ଫାଇଲ୍ ଡାଉନଲୋଡ୍ କରିଥାଉ ସେତେବେଳେ ଡିଭାଇସରେ ଭାଇରସ ପଶିବାର ବିପଦ ବଢ଼ିଯାଏ । ଡିଭାଇସରେ ଡାଉନଲୋଡ୍‌ କରିଥିବା ଫାଇଲ୍ ଖୋଲିବା କିମ୍ବା ଚଲାଇବା ମାତ୍ରେ ଲୁଚି ରହିଥିବା ଭାଇରସ୍ ଆପଣଙ୍କ ଡିଭାଇସରେ ବ୍ୟାପିଯାଏ ।

ତେବେ ମାଲୱେର୍ କଣ ଏବଂ ଏହା ଆପଣଙ୍କ ଡିଭାଇସରେ କିପରି କ୍ଷତି ପହଞ୍ଚାଇପାରେ ଆସନ୍ତୁ ଜାଣିବା । ସୂଚନା ଥାଉ କି ବିପଜ୍ଜନକ ସଫ୍ଟୱେର୍ ପାଇଁ ମାଲୱେର୍ ବ୍ୟବହାର କରାଯାଏ । ହ୍ୟାକର୍ସ କିମ୍ବା ସ୍କାମରମାନେ ଏହି ବିପଜ୍ଜନକ ସଫ୍ଟୱେୟାରକୁ ଡିଜାଇନ୍ କରନ୍ତି କାରଣ ମାଲୱେୟାର ସାହାଯ୍ୟରେ କୌଣସି ଡିଭାଇସକୁ ଅନ୍‌-ଅଥରାଇଜଡ୍‌ ଆକ୍ସେସ୍‌ ମିଳିପାରିବ ।

ମାଲୱେର୍ ସାହାଯ୍ୟରେ ସ୍କାମର୍ କିମ୍ବା ହ୍ୟାକର୍ସମାନେ ବହୁତ ଦୂରରେ ଥାଇ ମଧ୍ୟ ଯେକୌଣସି ଡିଭାଇସ୍‌କୁ ଅତି ସହଜରେ ଆଟାକ୍‌ କରିପାରିବେ । ଏହି ବିପଜ୍ଜନକ ସଫ୍ଟୱେର୍ ଡିଭାଇସକୁ ନଷ୍ଟ କରିବା ଏବଂ ଯେକୌଣସି ଡିଭାଇସରୁ ପେମେଣ୍ଟ ଡିଟେଲ୍ସ , କାର୍ଡ ଡିଟେଲ୍ସ ଏବଂ ବ୍ୟାଙ୍କିଙ୍ଗ୍ ଡିଟେଲ୍ସ ସହ ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନା ଚୋରି କରିବା ପାଇଁ ବ୍ୟବହାର ହୁଏ ।

ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ ମାଲୱେୟାର ଏବଂ ଭାଇରସ୍‌ ମଧ୍ୟରେ ସବୁଠାରୁ ବିପଜ୍ଜନକ କଣ । ତେବେ କହି ରଖିବାକୁ ଚାହିଁବୁ ଯେ ଉଭୟ ବିପଜ୍ଜନକ । ଯଦି ଏଥିରୁ କିଛି ବି ଆପଣଙ୍କ ଡିଭାଇସରେ ଏଣ୍ଟ୍ରି କରେ, ତେବେ ଆପଣଙ୍କ ଡିଭାଇସ୍‌ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.