ଦୋକାନର ପଛପଟ କାନ୍ଥ ଫଟାଇ ୩୮ଟି ମୋବାଇଲ ଫୋନ୍ ନେଇ ଛୁ ଚୋର, ସିସିଟିଭିରେ କଏଦ ହେଲା ଭିଜୁଆଲ୍

ଝାରସୁଗୁଡ଼ା(କେନ୍ଯୁଜ୍): ସିସିଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ । ଝାରସୁଗୁଡ଼ା ରେଙ୍ଗାଲି ଥାନା ଅର୍ନ୍ତଗତ ପଞ୍ଚଗାଁ ଛକରେ ମୋବାଇଲ ଦୋକାନର ପଛପଟ କାନ୍ଥ ଫଟାଇ ଜଣେ ଚୋର ୩୮ଟି ମୋବାଇଲ ଫୋନ ଚୋରି କରି ଫେରାର ।
ଦୋକାନରେ ଥିବା ଦାମୀ ଫୋନ ସବୁକୁ ନେଇଗଲା ଚୋର । ଚୋରି ବେଳର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଳାଇଛି ।