ଜାତୀୟ ରାଜପଥରେ ଟ୍ରକରୁ ଲୁଟ୍ ସହ ଟଙ୍କା ମାଗିବା ଘଟଣାରେ ୪ ଗିରଫ

ଛତ୍ରପୁର(କେନ୍ୟୁଜ୍): ଜାତୀୟ ରାଜପଥରେ ଟ୍ରକରୁ ଲୁଟ ସହ ଟଙ୍କା ମାଗିବା ଘଟଣାରେ ୪ ଗିରଫ । ଗିରଫ ଅଭିଯୁକ୍ତ ହେଲେ ଛତ୍ରପୁରର ଦେବାଶିଷ ପଟ୍ଟନାୟକ,ସୁଶାନ୍ତ କୁମାର ଦଲେଇ, ଟି.ଗୋପାଳ ଓ ବ୍ରହ୍ମପୁରର ସିମାଞ୍ଚଳ ପଣ୍ଡା ।

କୋଲକାତାରୁ ବ୍ରହ୍ମପୁରକୁ ପାନ ମସଲା ନେଇ ଆସୁଥିବା ଏକ ଟ୍ରକକୁ ଛତ୍ରପୁର ଉଜଳେଶ୍ୱରୀ ମନ୍ଦିର ନିକଟରେ ଅଟକାଇଥିଲେ କିଛି ଦୁର୍ବୃତ୍ତ । ନିଜକୁ ଜିଏସଟି ଅଫିସର କହି ଟଙ୍କା ମାଗିଥିଲେ । ଚାଳକକୁ ମାଡ ମାରିବା ସହ ୬୦ ବସ୍ତା ପାନ ମସଲା ନେଇ ଯାଇଥିଲେ । ୫ଲକ୍ଷ ଟଙ୍କା ଡିମାଣ୍ଡ କରି ମାଲିକ ପାଖରୁ ଫୋନ୍ ପରେ ୧ଲକ୍ଷ ୪୦ ହଜାର ଟଙ୍କା ନେଇଥିଲେ ଦୁର୍ବୃତ୍ତ ।

ଘଟଣା ସଂପର୍କରେ ଗାଡି ଚାଳକ ଏମ.ରମେଶ ୨୫ ତାରିଖ ଦିନ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ୪ଜଣକୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧ଲକ୍ଷ ୪୦ ହଜାର ଟଙ୍କା, ୫ଟି ଫୋନ, ୬୦ ବସ୍ତା ପାନ ମସଲା ଓ ଦୁଇଟି କାରକୁ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.