ଭଦ୍ରକ: ଚାନ୍ଦବାଲି ନଳଗୋହିରା ନୂଆଗାଁରେ ଭୟାବହ ଅଗ୍ନିକାଣ୍ଡ, ୪ ବଖରା ଘର ପୋଡ଼ିଯିବା ସହ ୫ ଗୋରୁ ଜୀବନ୍ତ ଦଗ୍ଧ
ଚାନ୍ଦବାଲି(କେନ୍ୟୁଜ୍): ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତ ନୂଆଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର ଭୟାବୟ ଏତେ ଥିଲା ଯେ ଏଥିରେ ୫ ଗୋରୁ ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ଅଗ୍ନି କାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ନିଆଁ ଲାଗିବା ପରେ ଘରେ ଥିବା ଗ୍ୟାସ ଟାଙ୍କି ଫୁଟିଯିବାରୁ ଅଗ୍ନିକାଣ୍ଡର ଭୟାଭୟ ବଢିଯାଇଥିଲା ।
ନିଆଁରେ ଲକ୍ଷାଧିକ ଟଙ୍କାର ଧାନ ଚାଉଳ ସହ ଆସବାବ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ସବୁ ଆସବାବ ପତ୍ର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଏହି ଅଗ୍ନି ବିପନ୍ନ ମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି।