Below header

ରୋଗୀଙ୍କ ପାଇଁ ସୋନୁ ସୁଦ ବନାଇବେ ‘ବ୍ଲଡ୍‌ ବ୍ୟାଙ୍କ୍‌’ ଆପ୍‌, ୨୦ ମନିଟ୍‌ରେ ବଞ୍ଚା ଯାଇ ପାରିବ ଜୀବନ

ବଲିଉଡ୍‌ ଅଭିନେତା ଲକ୍‌ଡାଉନ୍‌ ସମୟରୁ ଆରମ୍ଭ କରିଥିବା ଲୋକଙ୍କୁ ସାହାଯ୍ୟ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ପ୍ରତ୍ୟେକ ଅସହାୟଙ୍କୁ ତାଙ୍କର ସହାୟତା ପହଞ୍ଚାଇବା ନେଇ ସେ ଦେଶ ଓ ଦେଶ ବାହାରେ ଖୁବ୍‌ ଚର୍ଚ୍ଚିତ । ଏବେ ସେ ନିଜ ନାମରେ ଏକ ଆପ୍‌ ଆରମ୍ଭ କରିଛନ୍ତି ଯାହାର ନାମ ରଖିଛନ୍ତି ’ ସୋନୁ ଫର୍‌ ୟୁ’ । ଏହା ଏକ ‘ବ୍ଲଡ୍‌ ବ୍ୟାଙ୍କ୍‌’ ଆପ୍‌ ।

sonu
photo credit: punjabkesari.in

ଏହାର ସହାୟତାରେ ବ୍ଲଡ୍‌ ଡୋନେଟ କରୁଥିବା ଲୋକଙ୍କୁ ଆବଶ୍ୟକୀୟ ଲୋକଙ୍କ ସହ ଯୋଡା ଯାଇପାରିବ । ଏହି ଆପ୍‌ ସହାୟତାରେ ବ୍ଲଡ୍‌ ଡୋନରଙ୍କ ପତ୍ତା ପାଇବା ସହ ତାଙ୍କୁ ଅନୁରୋଧ ମଧ୍ୟ କରାଯାଇ ପାରିବ । ଯାହା ଫଳରେ ଡୋନର ହସ୍‌ପିଟାଲରେ ପହଞ୍ଚି ଲୋକଙ୍କୁ ବ୍ଲଡ୍‌ ଦେଇ ସହାୟତା କରିପାରିବ ।

ଏହି ଆପ୍‌ ଦ୍ୱାରା ରେୟାର୍‌ ବ୍ଲଡ୍‌ ଗ୍ରୁପ୍‌ର ରୋଗୀଙ୍କୁ ମଧ୍ୟ ସୁବିଧା ମିଳିବ । ସୋନୁ କୁହନ୍ତି ଯେ ମାତ୍ର ୨୦ ମିନିଟ୍‌ରେ ଆପଣ କାହାର ଜୀବନ ବଞ୍ଚାଇ ପାରିବେ । ସୋନୁ ସୁଦ୍‌ ନିଜର ଇନ୍‌ଷ୍ଟାଗ୍ରାମରେ ଏହାର ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ଲେଖିଛନ୍ତି ‘ଭାରତରେ ଦୈନିକ ୧୨୦୦୦ ଲୋକ ରକ୍ତ ଦାନ ଅଭାବରୁ ମୃତ୍ୟୁ ମୁଖରେ ପଡ଼ନ୍ତି । ଆପଣଙ୍କର ୨୦ ମିନିଟ୍‌ କାହାର ଜୀବନ ବଞ୍ଚାଇବାରେ ସହାୟତା କରିପାରିବ । କାହାର ଜୀବନ ବଞ୍ଚାଇବାକୁ କେବଳ ଡାକ୍ତର ହେବା ଜରୁରୀ ନୁହେଁ । ’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.