ବିବାହର ବହୁ ବର୍ଷ ପରେ ‘ଡ୍ରିମ୍‌ ଗାର୍ଲ’ କହିଲେ ଏପରି କଥା, ଧର୍ମେନ୍ଦ୍ରଙ୍କ ସହ ବିବାହ ନ କରିବାକୁ ପିତା କରିଥିଲେ ବହୁ ଉଦ୍ୟମ

ବଲିଉଡ ଅଭିନେତ୍ରୀ ହେମା ମାଲିନୀ ଓ ଧର୍ମେନ୍ଦ୍ରଙ୍କ ବିବାହ ଆଜକୁ ବହୁ ବର୍ଷ ବିତିଯାଇଥିଲେ ହେଁ ତାଙ୍କର ଆଫେୟାରସ୍‌ କିନ୍ତୁ ଆଜି ବି ଚର୍ଚ୍ଚାରେ । ଧର୍ମେନ୍ଦ୍ର ଓ ହେମାଙ୍କ ବିବାହକୁ ନେଇ ଘଟିଥିବା ଏପରି ବହୁ ଘଟଣା ରହିଛି ଯାହା ଆପଣ ବୋଧହୁଏ ଜାଣି ନଥିବେ । ଆଜି ଜାଣିବା ଡ୍ରିମ୍‌ ଗାର୍ଲ ହେମା ମାଲିନୀ ଓ ଧର୍ମେନ୍ଦ୍ରଙ୍କ ବିବାହ ଜୀବନର କିଛି ଏମିତି ଘଟଣା ଯାହା ଆଜି ବିବାହର ବହୁ ବର୍ଷ ପରେ ହେମା ମାଲିନୀ ‘ଇଣ୍ଡିଆନ୍‌ ଆଇଡଲ୍‌ ୧୨’ ସେଟ୍‌ରେ ପ୍ରକାଶ କରିଛନ୍ତି ।

ହେମା କୁହନ୍ତି ଯେ ତାଙ୍କର ପିତା ଧର୍ମେନ୍ଦ୍ରଙ୍କ ସହ ତାଙ୍କର ବିବାହ ନକରାଇ ଦେବା ପାଇଁ ବହୁ ଉଦ୍ୟମ କରିଥିଲେ । ସବୁବେଳେ ହେମାଙ୍କ ସହ ରହୁଥିଲେ । କେବେ ବି ଧର୍ମେନ୍ଦ୍ରଙ୍କ ସହ ତାଙ୍କୁ ମିଶିବାକୁ ଦେଉ ନଥିଲେ । ଏପରିକି ଧର୍ମେନ୍ଦ୍ରଙ୍କ ସହ ତାଙ୍କର ବିବାହ ନ କରାଇ ଦେବାକୁ ତାଙ୍କ ବାପା ଏକ ତାନ୍ତ୍ରିକଙ୍କ ସହାୟତା ମଧ୍ୟ ନେଇଥିଲେ ।

hema -dharma.jpg
photo credit: DNA India

ପିତାଙ୍କୁ ପସନ୍ଦ ନଥିଲା ଧର୍ମେନ୍ଦ୍ରଙ୍କ ସହ ବନ୍ଧୁତା

ଧର୍ମେନ୍ଦ୍ରଙ୍କୁ ଯେବେ ହେମା ମାଲିନୀଙ୍କ ସହ ପ୍ରେମ ହେଲା ସେତେବେଳକୁ ଧର୍ମେନ୍ଦ୍ର ବିବାହିତ ଥିଲେ । ବୋଧହୁଏ ଏଇଥିପାଇଁ ପିତା ଧର୍ମେନ୍ଦ୍ରଙ୍କୁ ବିରୋଧ କରୁଥିଲେ । ଯେତେବେଳେ ମୁଁ ସୁଟିଂ ସେଟ୍‌କୁ ଯାଏ ମା ମା’ କିମ୍ବା ମାଉସୀ ସର୍ବଦା ମୋ ସାଙ୍ଗରେ ରହୁଥିଲେ । ଥରେ ପିତା ମୋର ସୁଟିଂ ସେଟ୍‌ରେ ପହଞ୍ଚିଗଲେ । ତାଙ୍କର ଭୟ ଥିଲା ମୁଁ ଯେପରି ଧର୍ମେନ୍ଦ୍ରଙ୍କ ସହ ନ ମିଶେ । ଏମିତି କି ଯେତେବେଳେ ଆମେ କାର୍‌ରେ ଫେରୁ ପିତା ହଠାତ୍‌ ମୋ ପାଖରେ ବସି ପଡୁଥିଲେ । କାରଣ ଧର୍ମେନ୍ଦ୍ର ଯେପରି ମୋ ପାଖରେ ବସି ନ ପାରନ୍ତୁ । ହେଲେ ଧର୍ମେନ୍ଦ୍ର ବି କମ୍‌ ନଥିଲେ ସେ ତୁରନ୍ତ ମୋ ଅନ୍ୟ ପାଖରେ ବସିପଡୁଥିଲେ ।

ଧର୍ମେନ୍ଦ୍ରଙ୍କୁ ହଟାଇବା ପାଇଁ ପିତା ନେଇଥିଲେ ତାନ୍ତ୍ରିକଙ୍କ ସହାୟତା 

ଯେତେବେଳେ ହେମା-ଧର୍ମେନ୍ଦ୍ରଙ୍କ ଆଫେୟାର ମାଗାଜିନ୍‌ରେ ଛପାଗଲା ପିତା ଆମ ଦୁହିଁଙ୍କୁ ଅଲଗା କରିବାକୁ ତାନ୍ତ୍ରିକଙ୍କ ସହାୟତା ମଧ୍ୟ ନେଇଥିଲେ । ଯେମିତି କି ତାଙ୍କ ଝିଅ ଆଉ ଧର୍ମେନ୍ଦ୍ରଙ୍କ ସହ ମିଶି ନପାରିବେ ।

hema -dharma.jpg
photo credit: Pinkvilla

ଜିତେନ୍ଦ୍ରଙ୍କ ସହ ହେମାଙ୍କ ବିବାହ ହୋଇଥିଲା ସ୍ଥିର

ଏମିତି ଏକ ସମୟ ଥିଲା, ଯେବେ ହେମାଙ୍କ ପିତା ଧର୍ମେନ୍ଦ୍ରଙ୍କୁ ଧକ୍କା ମାରି ବିଦା କରିଦେଇଥିଲେ । ସେତେବେଳେ ହେମାଙ୍କ ନାମ ମଧ୍ୟ ଜିତେନ୍ଦ୍ରଙ୍କ ସହ ଯୋଡା ହୋଇଥିଲା । ହେମା-ଜିତେନ୍ଦ୍ରଙ୍କ ବିବାହ ଡେଟ୍‌ ମଧ୍ୟ ସ୍ଥିର ହୋଇସାରିଥିଲା । ହେମା ନିଜର ପରିବାର ବିରୋଧରେ ଯାଇ ପାରୁନଥିଲେ ଏବଂ ଜିତେନ୍ଦ୍ର ମଧ୍ୟ ତାଙ୍କୁ ଭଲ ଲାଗୁଥିଲେ । ଯେତେବେଳେ ଏହି କଥା ଧର୍ମେନ୍ଦ୍ରଙ୍କୁ ଜଣାପଡ଼ିଲା ସେ ଫିଲ୍ମ ସେଟ୍‌ ରେ ପହଞ୍ଚିଗଲେ ଓ ହେମାଙ୍କ ଉପରେ ନିଜର କ୍ରୋଧ ବର୍ଷିବାକୁ ଲାଗିଲେ ।

hema-jitendra
photo credit: LightHome

ଧର୍ମେନ୍ଦ୍ରଙ୍କୁ ଧକ୍କା ମାରି ହେମାଙ୍କ ପିତା ବାହାର କରିଦେଇଥିଲେ

ମାଡ୍ରାସର ଯେଉଁ ହୋଟେଲ୍‌ରେ ହେମା ଓ ଜିତେନ୍ଦ୍ରଙ୍କ ବିବାହ ସ୍ଥିର ହୋଇଥିଲା ସେଠାରେ ଧର୍ମେନ୍ଦ୍ର ଜିତେନ୍ଦ୍ରଙ୍କ ଗାର୍ଲଫ୍ରେଣ୍ଡ୍‌ ଶୋଭା ସିପ୍ପିକୁ ନେଇ ପହଞ୍ଚିଗଲେ । ଝିଅର ବିବାହରେ ଅସୁବିଧା ସୃଷ୍ଟି କରୁଥିବା ଦେଖି ହେମାଙ୍କ ପିତା ଧର୍ମେନ୍ଦ୍ରଙ୍କୁ ଧକ୍କା ମାରି ଘରୁ ବାହାର କରିଦେଇଥିଲେ । ଏହା ଦେଖି ହେମା ସାହସ କରି ପିତାଙ୍କୁ ନିଜର ବିବାହ ପାଇଁ କିଛି ଦିନ ସମୟ ମାଗିଥିଲେ । ଏହାପରେ ଜିତେନ୍ଦ୍ର ନିଜର ପରିବାର ସହ ସେଠାରୁ ପଳାଇ ଯାଇଥିଲେ । ଏହାପରେ ୧୯୭୯ ମସିହା ୨୧ ଅଗଷ୍ଟରେ ହେମା- ଧର୍ମେନ୍ଦ୍ରଙ୍କୁ ବିବାହ କରିଥିଲେ । ଆଜି ହେମା-ଧର୍ମେନ୍ଦ୍ରଙ୍କର ଦୁଇ ଝିଅ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.