Below header

ବାପ ଘରକୁ ଯିବାକୁ ମନା କରିଦେଲେ ସ୍ୱାମୀ, ରାଗରେ ଦୁଇ ପିଲାକୁ ଧରି ଫାଶୀରେ ଝୁଲି ପଡିଲା ସ୍ତ୍ରୀ

ନୂଆଦିଲ୍ଲୀ : ବାପ ଘରକୁ ଯିବାକୁ ମନା କରିଦେଲେ ସ୍ୱାମୀ। ଏହାକୁ ସହଜରେ ଗ୍ରହଣ କରିପାରିଲେନି ସ୍ତ୍ରୀ। ଶେଷରେ ଜୀବନକୁ କରିଦେଲେ ଶେଷ। ଏଭଳି ଅଭାବନୀୟ ଘଟଣା ଘଟିଛି ପଶ୍ଚିମ ଦିଲ୍ଲୀର ଶକୁରପୁର ଅଞ୍ଚଳରେ। ବାପ ଘରକୁ ଯିବାକୁ ସ୍ବାମୀ ମନାକରିବାରୁ ମହିଳା ଜଣକ ପ୍ରଥମେ ନିଜର ୨ ଛୁଆଙ୍କୁ ଫାଶୀରେ ଝୁଲାଇବା ପରେ ନିଜେ ମଧ୍ୟ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହଗୁଡିକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଶକୁରପୁର ଇଲାକାରେ ରୁହନ୍ତି ମୃତକଙ୍କ ସ୍ୱାମୀ ଏବଂ ପରିବାର। କୁହାଯାଉଛି ଯେ ଫ୍ୟାକ୍ଟ୍ରି କର୍ମଚାରୀ ଭାବେ କାମ କରୁଥିବା ମୃତକଙ୍କ ସ୍ୱାମୀ ଯେତେବେଳେ ଘରୁ ବାହାରକୁ କାମ ପାଇଁ ବାହାରୁଥିଲେ, ସେତେବେଳେ ତାଙ୍କ ସ୍ତ୍ରୀ ବାପ ଘରକୁ ଯିବାକୁ କହିବାରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା। ତେବେ ସନ୍ଧ୍ୟାରେ ସ୍ବାମୀ ଘରକୁ ଫେରିବା ପରେ କବାଟ ଭିତର ପଟୁ ବନ୍ଦ ଥିବା ଦେଖିବାକୁ ପାଇଥିଲେ ।

ବହୁତ ସମୟ ଧରି କବାଟ ନ ଖୋଲିବାରୁ ସନ୍ଦେହ ବଢ଼ିଥିଲା। ଯାହାପରେ ମୃତତକଙ୍କ ସ୍ୱାମୀ ଝରକା ପଟେ ଯାଇ ଦେଖିଲେ ତ ତାଙ୍କ ଆଖିକୁ ବିଶ୍ୱାସ କରିପାରିଲେନି। ସେ ଦେଖିବାକୁ ପାଇଲେ ଯେ ତାଙ୍କ ସ୍ତ୍ରୀ ଏବଂ ଦୁଇ ଛୁଆ ଫାଶୀରେ ଝୁଲୁଛନ୍ତି। ତେବେ ଏହା ଦେଖି ସେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଲେ। ଯାହା ପରେ ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ସ୍ୱାମୀକୁ ଅଟକ ରଖି ପଚରାଉଚୁରା କରୁଛି।
ତେବେ ସୂଚନା ଅନୁଯାୟୀ ମୃତ ମହିଳାଙ୍କ ବୟସ ୨୨ ବର୍ଷ ହୋଇଥିବାବେଳେ ମୃତ ଦୁଇ ଛୁଆଙ୍କ ମଧ୍ୟରେ ଜଣଙ୍କର ବୟସ ୪ ମାସ ହୋଇଥିବାବେଳେ ଅନ୍ୟ ଜଣଙ୍କ ବୟସ ୪ ବର୍ଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.