ଅନୁଗୁଳରୁ ସାତକୋଶିଆ ମୁଖ୍ୟ ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ, ଦନ୍ତା ହାତୀ ଆକ୍ରମଣରେ ଗଲାଣି ୪ ଜୀବନ

ହାତୀକୁ ନେଇ ଟେନସନ । ଦନ୍ତା ହାତୀ ଆକ୍ରମଣରେ ଗଲାଣି ୪ ଜୀବନ । ଏହାର ପ୍ରତିବାଦରେ ଅନୁଗୁଳରୁ ସାତକୋଶିଆ ମୁଖ୍ୟ ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ।

ଅନୁଗୁଳ (କେନ୍ୟୁଜ୍): ଦନ୍ତାହାତୀ ବଢ଼ାଇଲା ଚିନ୍ତା । ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଦନ୍ତା ହାତୀ ଆକ୍ରମଣରେ ୪ ଜଣଙ୍କ ଜୀବନ ଗଲାଣି । ଏହାର ପ୍ରତିବାଦରେ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଅନୁଗୁଳରୁ ସାତକୋଶିଆ ମୁଖ୍ୟ ରାସ୍ତାକୁ ଅବରୋଧ କଲେ ଉତ୍ୟକ୍ତ ଲୋକ । ଗତକାଲି ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଅଞ୍ଚଳରେ ସପ୍ତାହେ ଭିତରେ ମୋଟ ୪ ଜଣଙ୍କର ଜୀବନ ଗଲାଣି ।

ଗୋଠ ଛଡା ଦନ୍ତା ହାତୀକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଲୋକ । କେତେବେଳେ ଗାଁ ପୋଖରୀ ନିକଟରେ ଉତ୍ପାତ ହେଉଛି ତ ଆଉ କେତେବେଳେ ଗାଁ ଦାଣ୍ଡରେ ବୁଲୁଛି । ଦନ୍ତାକୁ ଦୂରକୁ ଘଉଡ଼ାଇପାରୁନି ବନବିଭାଗ । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.