ପୋଲିସ୍‌ ଏନକାଉଣ୍ଟରରେ ୪ ମାଓବାଦୀଙ୍କ ମୃତ୍ୟୁ, ଆମେରିକା ନିର୍ମିତ ରାଇଫଲ ଜବତ

ମାଲକାନଗିର(କେନ୍ୟୁଜ୍): ମାଓ ସଙ୍ଗଠନ ପାଖରେ ରହିଛି ୟୁଏସ୍ ନିର୍ମିତ ରାଇଫଲ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ବିଜାପୁର ଜଙ୍ଗଲ ରେ ମାଓବାଦୀଙ୍କ ଏନକାଉଣ୍ଟର ବେଳେ ଉଦ୍ଧାର ହୋଇଛି ଏହି ଅତ୍ୟାଧୁନିକ ବନ୍ଧୁକ। ପୋମେରା ଜଙ୍ଗଲ ରେ ୪ ମାଓବାଦୀ ପୋଲିସର ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା ବେଳେ ସେମାନଙ୍କ ନିକଟରୁ ୟୁଏସ୍ ନିର୍ମିତ ଅଟୋମେଟିକ କାରବାଇନ କେଳିବର 30M1 ରାଇ ଫଲ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ।

ଏହି ରାଇଫଲ ଦ୍ୱିତୀୟ ବିଶ୍ୱଯୁଦ୍ଧ, ଭିଏତନାମ ଯୁଦ୍ଧ ଏବଂ କୋରିଆ ଯୁଦ୍ଧ ବେଳେ ଆମେରିକା ସୈନ୍ୟମାନେ ଏହି ଅତ୍ୟାଧୁନିକ ବନ୍ଧୁକ ବ୍ୟବହାର କରୁଥିଲେ। ଯାହାର କ୍ଷମତା ୩୦୦ ମିଟର ପର୍ଯ୍ୟନ୍ତ ଶତ୍ରୁକୁ ଭେଦି ପାରିବ। ଏହାର ୧୫ ରୁ ୨୦ ରାଉଣ୍ଡ ଗୁଳି ଫାୟାର କରିବା କ୍ଷମତା ରହିଛି। ତେବେ ମାଓ ସଙ୍ଗଠନ ପାଖରେ ଏହି ଆମେରିକା ନିର୍ମିତ ବନ୍ଧୁକ ଆସିଲା କେମିତି। ତାହା ପୋଲିସର ମୁଣ୍ଡ ବିନ୍ଧା କାରଣ ହୋଇଛି। ମାଓବାଦୀଙ୍କ ବିଦେଶୀ ଲିଙ୍କ ନାହିଁ ତ ? ଏହାକୁ ଗୁରୁତ୍ୱର ସହ ନେଇ ପୋଲିସ ଏହାର ତଦନ୍ତ କରିବା ଆବଶ୍ୟକ ରହିଛି।

ଏଥିସହ ଚେରଲା ପୁଲିସ ଏବଂ ସିଆରପିଏଫ ଯବାନ କମ୍ବିଂ ଅପରେସନ କରୁଥିବା ବେଳେ ଖସି ପଳାଇ ଯାଉଥିବା ୫ ମାଓବାଦୀଙ୍କୁ ଗିରଫ କରିଛନ୍ତି । ସମସ୍ତ ନକ୍ସଲ ଛତିଶଗଡ ଅଂଚଳର ବୋଲି ଜଣାଯାଇଛି । ନକ୍ସଲଙ୍କ ପିଏଲଜି ସପ୍ତାହ ଚାଲିଥିବା ବେଳେ ଆଗାମୀ ୭ ଦିନ ସରକାରୀ ବସ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.